ଜନ୍ମରୁ ଥିଲେ ସାଧାରଣ କିନ୍ତୁ ଜନ୍ମର ଦୁଇ ମାସ ପରେ ପାଲଟିଗଲେ ଦିବ୍ୟାଙ୍ଗ, ଏବେ କେବଳ ସାହାଯ୍ୟକୁ ଅପେକ୍ଷା

ବିଧିର ବିଧାନ କେ କରିବ ଆନ l ଜନ୍ମରୁ ଥିଲେ ସାଧାରଣ କିନ୍ତୁ ଜନ୍ମର ଦୁଇ ମାସ ପରେ ପାଲଟିଗଲେ ଦିବ୍ୟାଙ୍ଗ l ଏବେ ପ୍ରାର୍ଥନା ବି ଆଉ କାମ ଦେଉନି ସତେ ଯେମିତି ଭଗବାନ ବି ମୁହଁ ଫେରାଇ ନେହିଛନ୍ତି ଦିବ୍ୟାଙ୍ଗ ସୋନାଲିଙ୍କ ଉପରୁ l ଜନ୍ମ ହେଉ ହେଉ ଗୋଟିଏ ଗୋଡ ଛଡେଇ ନେଲା ବିଧାତା l ଜନ୍ମହେବାର ମାତ୍ର ଦୁଇ ମାସ ପରେ ନିଆଁରେ ପୋଡ଼ିହୋଇଗଲା ବାମ ଗୋଡ ଆଉ ସୋନାଲି ପାଲଟିଗଲେ ଦିବ୍ୟାଙ୍ଗ l ତାହେଲେ ଆସନ୍ତୁ ଜାଣିବା ଏ ଅଭାଗିନୀ ସୋନାଲୀଙ୍କ ବିଷୟରେ l

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବେଜାଙ୍ଗିୱାଡା ପଞ୍ଚାୟତ କୁରକୁଣ୍ଡି ଗ୍ରାମର ସୋନାଲି ମାଡକାମୀ l ନିଆଁରେ ପୋଡିହୋଇ ହରାଇଛନ୍ତି ଗୋଟିଏ ଗୋଡ କିନ୍ତୁ ମନରେ ଅଛି ଅଦମ୍ୟ ସାହସ l ସୋନାଲି ଏବେ ବେଜାଙ୍ଗିୱାଡା ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି l ଗୋଟିଏ ଗୋଡ଼ରେ ସ୍କୁଲ ଯିବାକୁ ଯନ୍ତ୍ରଣା ଅନୁଭବ କରୁଛନ୍ତି ସତ କିନ୍ତୁ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ ପ୍ରତିବନ୍ଧକ l ସୋନାଲିଙ୍କୁ କଟକ ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା କିନ୍ତୁ କିଛି ସୁଫଳ ହେଲା ନାହିଁ l ସରକାରଙ୍କ ତରଫରୁ ସାହାଯ୍ୟ ମିଳିଲେ କିମ୍ବା କୁତ୍ରିମ ଗୋଡ଼ ଲଗାଇଲେ ସମସ୍ତଙ୍କ ପରି ସ୍ୱାଭାବିକ ହୋଇ ପାରିବ ବୋଲି ଆକୁଳ ନିବେଦନ କରୁଛି ସୋନାଲି l

ତେବେ ସୋନାଲିଙ୍କ ପରିବାର ଦୁଃଖ କାହାଣୀ ଶୁଣିଲେ ଆପଣଙ୍କ ଆଖି ମଧ୍ୟ ଓଦା ହୋଇଯିବ l ତାଙ୍କ ପରିବାର କହିଲେ ତିନି ଭଉଣୀ ଏବଂ ଭାଇ l ବାପା ଦାଦନ ଖଟି ପିଲାଙ୍କୁ ପାଠ ପଢ଼ାଉଛନ୍ତି l ସମସ୍ତଙ୍କୁ ପଢ଼ାଇବା ସମ୍ଭବ ହୋଇପାରୁନି l ଦିନରେ ଖାଇଲେ ରାତିରେ ଓଦା କନା ପଡେ ପେଟରେ l ଏହିଭଳି ଦୁର୍ଭାଗ୍ୟ ସ୍ଥିତିରେ ପେଟକୁ ଦାନା ଜଗାଇବା ତ ଦୂରର କଥା ଆଉ ପୁଣି ଚିକିତ୍ସା କରିବେ କଣ ? ଏସବୁ ଆହୁରି ଭାଙ୍ଗି ପଡିଛନ୍ତି ସୋନାଲି ତଥାପି ମନକୁ ଦୃଢ କରି ଘରେ ବସି ପାଠ ପଢୁଛି l ଗୋଟିଏ ଗୋଡ଼ରେ ଗୁରୁଣ୍ଡି ଗୁରୁଣ୍ଡି ଝାଡୁ କରୁଛି l

ଏହିଭଳି ସବୁକାମକୁ ଆପଣାଇ ନେଇଛି ସୋନାଲି l ସୋନାଲିଙ୍କ ଗୋଡ ଚିକିତ୍ସା କରିବାକୁ ଗ୍ରାମବାସୀ ସରକାଙ୍କୁ ଅନୁରୋଧ କରିଛନ୍ତି l ତେବେ ଆମେ ମଧ୍ୟ କେନ୍ୟୁଜ ତରଫରୁ ଆପଣଙ୍କୁ ଅନୁରୋଧ କରୁଛୁ ଯଦି ଆପଣ ବି ସୋନାଲିକୁ କିଛି ସାହାଯ୍ୟ କରନ୍ତି ତାହେଲେ ସେ ତାର ପରବର୍ତ୍ତୀ ଜୀବନ ଗୋଟିଏ ଦିବ୍ୟାଙ୍ଗ ଭାବେ ନୁହେଁ ବରଂ ଜଣେ ସ୍ୱାବଲମ୍ବୀ ମଣିଷ ଭାବେ ଜୀବନଯାପନ କରିପାରନ୍ତା l

ସୋନାଲିଙ୍କୁ ସହାୟତା ପାଇଁ ଯୋଗାଯୋଗ କରି ପାରିବେ ।

A/c No-37171640044
Branch-State bank of india (Kalimela)
Name-Sonali madkami
Ifsc code-SBIN 0006907
Mobile number-7205041744

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.