Below header

ଆତ୍ମହତ୍ୟା କଲେ ଆଉ ଜଣେ ସେଲିବ୍ରିଟି, ଶୁଣନ୍ତୁ କଣ କହୁଛନ୍ତି ତାଙ୍କ ମ୍ୟାନେଜର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିକଟରେ ଆତ୍ମହତ୍ୟା କରିଛନ୍ତି ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନଙ୍କ ମନରୁ ଲଭିନାହିଁ । ଏହି ଘଟଣାକୁ ବେଶୀ ଦିନ ନହୋଇଥିବା ବେଳେ ଆତ୍ମହତ୍ୟାର ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି । 16 ବର୍ଷୀୟ ସୋସିଆଲ ମିଡିଆ ତାରକା ସିୟା କକ୍କର ଆତ୍ମହତ୍ୟା କରିଛନ୍ତି । ସିୟା ସୋସିଆଲ ମିଡିଆରେ ଜଣେ ଲୋକପ୍ରିୟ ସେଲିବ୍ରିଟି ଥିଲେ । ଏହି ଖବର ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

सिया कक्कड़

ସୂଚନା ଅନୁଯାୟୀ ସିୟା ତାଙ୍କ ମ୍ୟାନେଜର ଅର୍ଜୁନ ସରିନଙ୍କ ସହ ଗତକାଲି ରାତିରେ ଏକ ଗୀତ ବିଷୟରେ କଥା ହୋଇଥିଲେ । ସିୟାଙ୍କ ଆତ୍ମହତ୍ୟା ଖବର ଶୁଣି ଅର୍ଜୁନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅର୍ଜୁନ କହିଛନ୍ତି ଯେ ସିୟା ଭଲ ଥିଲେ ଏବଂ ସେ ଟିକିଏ ବି ବିବ୍ରତ ମଧ୍ୟ ଜଣାପଡୁ ନଥିଲେ । ବୁଝିହେଉନି ଯେ ସିୟା କାହିଁକି ଏପରି ପଦକ୍ଷେପ ନେଲେ । ତେବେ ସିୟା ଟିକଟକରେ ବି ବହୁତ ପପୁଲାର ଥିଲେ । ନିକଟରେ ସିୟା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ପଞ୍ଜାବୀ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ତେବେ ସିୟା ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଥିବା ଭିଡିଓକୁ କିଛି ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରିଥିଲେ । ଯାହା ତାଙ୍କର ଶେଷ ପୋଷ୍ଟ ଥିଲା, ସୂଚନା ଅନୁଯାୟୀ ଇନଷ୍ଟାଗ୍ରାମରେ ସିୟାଙ୍କର ବହୁତ ଫଲୋଅର୍ସ ଅଛନ୍ତି ।

 

View this post on Instagram

 

And Its TIME to get knocked out by this lethal combination of an Epic Punjabi Song and an enchanting beauty. Watch the King of Desi Hip-Hop Bohemia, soulful singer JS Atwal along with Lola Gomez in the official video of Our Latest Single, “Sharaabi Teri Tor”. The Most Awaited Song of 2020 is OUT !! Watch the Video Now. . . . @iambohemia @atwalinsta @lolitaxo__ @mbmusicco @meetbrosofficial @meet_bros_manmeet @harmeet_meetbros @shaxeoriah @urshappyraikoti @jaggisim @desihiphopking @touchblevins @raajeev.r.sharma @itsumitsharma @psycho_marketer @fameexpertz #SharaabiWalk #SharaabiWalkChallenge #SharaabiTeriTor #Bohemia #HipHop #Rap #Punjabi #JsAtwal #HappyRaikoti #intoxicating #MBMusic #sharaab #musicvideo #fameexpertz

A post shared by Siya Kakkar (@siya_kakkar) on


ସିୟା ଆତ୍ମହତ୍ୟା କରିବା ପରଠାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି, ସିୟା କାହିଁକି ଆତ୍ମହତ୍ୟା କଲେ ? ଇନଷ୍ଟାଗ୍ରାମରେ ସମସ୍ତେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.