Below header

ରାଜ୍ୟ ପାଇଁ ଖୁସି ଖବର,ରାଜ୍ୟରେ ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟରେ ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଓ ଗଜପତି ଜିଲ୍ଲାରୁ ୨୩ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ ୧୯, ବରଗଡ଼ରୁ ୧୩, ସୁନ୍ଦରଗଡ଼ରୁ ୮ ସୁସ୍ଥ, ବାଲେଶ୍ୱର ୭, ଭଦ୍ରକ ଓ ରାୟଗଡ଼ାରୁ ୫ ଲେଖାଏ ସୁସ୍ଥ ହୋଇଛନ୍ତି । ସେପଟେ ମାଲକାନଗିରି, କେନ୍ଦୁଝର,ସୋନପୁରରୁ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୪ ଲେଖାଏ ସୁସ୍ଥ । ସେହିପରି ଅନୁଗୁଳ ୩ ଏବଂ ଢେଙ୍କାନାଳ ରୁ ୨, ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୨୯୧କୁ ବୃଦ୍ଧି ପାଇଛି ।

ସେହିଭଳି ରାଜ୍ୟରେ ଆଜି ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ୨୧୦ ପଜିଟିଭ୍। ଏମାନଙ୍କ ମଧ୍ଯରୁ ୧୭୪ କ୍ୱାରେଣ୍ଟିନ୍ ସେଣ୍ଟରରୁ ଥିବା ବେଳେ ୩୬ ଲୋକାଲ୍ କେସ୍ । ଏମାନଙ୍କ ଭିତରୁ ଖୋର୍ଦ୍ଧାରୁ ୪୭, କେନ୍ଦୁଝରରୁ ୫, ଦେଓଗଡ଼ରୁ ୧, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩, ଗଞ୍ଜାମରୁ ୫୮, କଟକରୁ ୫, ଅନୁଗୁଳରୁ ୧, ବାଲେଶ୍ୱରରୁ ୨, ଢେଙ୍କାନାଳରୁ ୭, ଯାଜପୁରରୁ ୮, ପୁରୀରୁ ୮, ଗଜପତିରୁ ୨୯, ସୁନ୍ଦରଗଡ଼ରୁ ୬, କେନ୍ଦ୍ରାପଡ଼ାରୁ ୩, ସମ୍ବଲପୁରରୁ ୧, ବଲାଙ୍ଗୀରରୁ ୧୧, ମୟୁରଭଞ୍ଜରୁ ୭  ଓ ଏନଡିଆରଏଫ୍ରୁ ୬ଜଣ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.