Below header

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ମାତ୍ର ୫ ବର୍ଷ ବୟସରେ ମା’ ବନିଯାଇଥିଲେ ଏହି ବାଳିକା, ଜନ୍ମ କରିଥିଲେ ସାଢ଼େ ୬ କିଲୋ ଓଜନର ଶିଶୁ!

କେବେ ଆପଣ ଶୁଣିଛନ୍ତି କି, ୫ ବର୍ଷର ବାଳିକା ମା’ ହେବାର? ଆଜ୍ଞା ହଁ, ଏହା ସତ। ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକି ଆପଣଙ୍କୁ ଚକିତ କରିଦେବ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବାଳିକାଠାରୁ ଜନ୍ମ ନେଇଥିବା ଶିଶୁଟି ଥିଲା ଦୁନିଆର ସବୁଠାରୁ ଓଜନଦାର ଶିଶୁ। ଘଟଣା ଘଟିଥିଲା କର୍ଣ୍ଣାଟକରେ।

girl2

୫ ବର୍ଷ ବୟସରେ ମା’ ବନିଥିବା ଏହି ବାଳିକାର ନାଁ ଥିଲା ଲୀନା ମେଡିନା। ସେ ଦୁନିଆର ସବୁଠାରୁ କମ୍ ବୟସର ଡକ୍ୟୁମେଣ୍ଟଡ୍ ମା’ ହେବାର ସୌଭାଗ୍ୟ ଲାଭ କରିଥିଲେ। ଲୀନା ଏକ ରେୟାର୍ କଣ୍ଡିଶନ ସହ ଜନ୍ମ ହୋଇଥିଲେ। ଏହା ଏମିତି ଏକ ସ୍ଥିତି, ଯେଉଁଠି ଜନନାଙ୍ଗ ବହୁତ ଜଲଦି ବିକଶିତ ହୋଇଯାଇଥାଏ। ସାଧାରଣତଃ ଝିଅମାନଙ୍କ କ୍ଷେତ୍ରରେ ଜନନାଙ୍ଗର ବିକାଶ ୧୦ ବର୍ଷ ବୟସରେ ଆରମ୍ଭ ହେଉଥିବା ବେଳେ ପୁଅମାନଙ୍କ କ୍ଷେତ୍ରରେ ତାହା ୧୧ରୁ ୧୨ ବର୍ଷ ହୋଇଥାଏ। କିନ୍ତୁ ଲୀନାଠାରେ ମାତ୍ର ୮ ମାସ ବୟସରେ ହିଁ ଯୁବତୀସୁଲଭ ଗୁଣ ସବୁ ଦେଖାଦେଇଥିଲା।

girl3

ଯେତେବେଳେ ଲୀନା ୫ ବର୍ଷର ହେଲେ, ହଠାତ୍ ତାଙ୍କ ପେଟ ବଢ଼ିବାରେ ଲାଗିଲା। ହସ୍ପିଟାଲରେ ଯେତେବେଳେ ତାଙ୍କ ଯାଞ୍ଚ କରାଗଲା, ସେତେବେଳେ ପୂରା ଦୁନିଆ ଆଶ୍ଚର୍ଯ୍ୟ ହୋଇଗଲା। ୫ ବର୍ଷର ଝିଅ, ଯିଏ ମା’ ହାତରୁ ଖାଦ୍ୟ ଖାଉଥିଲା, ସେ ନିଜେ ମା’ ବନିବାକୁ ଯାଉଥିଲା। ହସ୍ପିଟାଲରେ ପହଞ୍ଚିବା ସମୟରେ ଲୀନା ୮ ମାସର ଗର୍ଭବତୀ ଥିଲେ।

ଏହାସହ ପଢ଼ନ୍ତୁ: ଏ ହେଲେ କୋଟିପତି ଭିକାରୀ, ଯିଏ ପଇସା ଗଣିବା ପାଇଁ ଘରେ ରଖିଛନ୍ତି ଚାକର, ଦେଉଛନ୍ତି ଦରମା

୧୯୩୯, ମେ ୧୪ରେ ଲୀନା ଏକ ସୁସ୍ଥ ସବଳ ଛୁଆ ଜନ୍ମ କରିଥିଲେ। ନବଜାତ ଶିଶୁର ଓଜନ ପାଖାପାଖି ୬ ପାଉଣ୍ଡ ଥିଲା। ଡାକ୍ତରଙ୍କ ସାମ୍ନାରେ ଲୀନା ତାଙ୍କ ନବଜାତ ଶିଶୁର ନାଁ ଗେରାଲ୍ଡୋ ରଖିଥିଲେ। ଗେରାଲ୍ଡୋ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିରହିଥିଲେ। କିନ୍ତୁ ବୋନ୍ ମ୍ୟାରୋ ରୋଗ ଯୋଗୁ ୧୯୭୯ ମସିହାରେ ତାଙ୍କର ମ୍ତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.