Below header

ପୁରୁଷଙ୍କ କ୍ଷେତ୍ରରେ ମହିଳା, ଗାଡି ସର୍ଭିସିଂ ସେଣ୍ଟରରେ କାମ କରୁଛନ୍ତି ୨୩ ବର୍ଷୀୟା ସ୍ନେହଲତା

ଆଜିକା ସମୟରେ ମହିଳା ମାନେ କୌଣସି କ୍ଷେତ୍ରରେ ପୁରୁଷଙ୍କ ଠାରୁ ପଛରେ ରହିବାକୁ ଚାହୁଁ ନାହାନ୍ତି । ଏମିତିକି ପୁରୁଷ ପ୍ରଧାନ କାର୍ଯ୍ୟ ଗୁଡିକରେ ମଧ୍ୟ ମହିଳା ମାନେ ଧିରେ ଧିରେ ନିଜ ପ୍ରାଧାନ୍ୟ ବିସ୍ତାର କଲେଣି । ସେମିତିହିଁ ଏକ ନିଆରା ଘଟଣା ନିକଟରେ ସାମ୍ନାକୁ ଆସିଛି ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରେ । ସାଧାରଣତଃ ସର୍ଭିସ ସେଣ୍ଟର ଗୁଡିକରେ ପୁରୁଷ ମାନେ ସର୍ଭିସ ଯୋଗଉଥିବା ବେଳେ ଏଠି କିନ୍ତୁ ଜଣେ ୨୩ ବର୍ଷୀୟା ସ୍ନେହଲତା ହିଁ ସର୍ଭିସ ଯୋଗଉଛନ୍ତି । ୨୦୧୯ ମସିହା ଶାହପୁର ଆଇଆଇଟିରୁ ୨ ବର୍ଷୀୟା ମେକାନିକାଲ କୋର୍ସ କରିବା ପରେ ସ୍ନେହଲତା ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା କମ୍ପାନୀର ହଟବାସ ଠାରେ ଥିବା ସର୍ଭିସ ସେଣ୍ଟରରେ ଗାଡି ଗୁଡିକର ମରାମତି କରି ଆସୁଛନ୍ତି ।

snehalata

ସ୍ନେହଲତାଙ୍କୁ ଯେତେବେଳେ ମାତ୍ର ୮ ବର୍ଷ ବୟସ ହେଇଥିଲା ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ଆଉ ମାତ୍ର ୧୨ ବର୍ଷ ବୟସରେ ତାଙ୍କ ମା’ ଏ ଦୁନିଆ ଛାଡି ଚାଲି ଯାଇଥିଲେ । ବହୁ କଷ୍ଟରେ ନିଜ ସ୍କୁଲ ପାଠ ପଢା ଶେଷ କରିବା ପରେ ରାଜକୀୟ ଓଉଦଗିକ ପ୍ରଶିକ୍ଷଣ ସଂସ୍ଥାନରୁ ଟେକ୍ନିକାଲ ଡିପାର୍ଟମେଣ୍ଟରେ ୨ ବର୍ଷୀୟ କୋର୍ସ ମଧ୍ୟ କରିଥିଲେ । ପରେ ଯେବେ ହଟବସ ସ୍ଥିତ ମେକାନିକ ପଦ ମାନଙ୍କ ପାଇଁ ଭର୍ତ୍ତି ଆରମ୍ଭ ସମୟରେ ସ୍ନେହା ବି ସେଥିରେ ଯୋଗ ଦେଇଥିଲେ ।

ସେଣ୍ଟରରେ ତାଙ୍କୁ ଏକ ଟ୍ରେନି ଟେକନିସିଆନ ଭାବେ କାମ ମିଳିଥିଲା । ଏକାମ ପାଇଁ ମାସିକ ୭ ହଜାର ଟଙ୍କା ମାସିକ ବେତନ ମଧ୍ୟ ମିଳୁଛି । ନିଜ ପରିଶ୍ରମ ବଳରେ ହିଁ ଉପରକୁ ଉଠିବାକୁ ସ୍ନେହଲତା ପସନ୍ଦ କରିଥାନ୍ତି । କମ୍ପାନୀ ସର୍ଭିସ ପ୍ରବନ୍ଧକ ରାକେଶ ଠାକୁରଙ୍କ କହିବା ଅନୁଯାୟୀ ଜଣେ ଟ୍ରେନି ଟେକନିସିଆନ ଭବେ ସ୍ନେହଲତା ମଧ୍ୟ ଭଲ କାମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.