Below header

ଆରମ୍ଭ ହେଲା ‘ହଙ୍ଗାମା ୨’ର ସୁଟିଂ, ଭିଡିଓ ସେୟାର କରି ଫ୍ୟାନ୍‌ଙ୍କୁ ଖୁସିଖବର ଦେଲେ ଶିଳ୍ପା ସେଟ୍ଟୀ କୁନ୍ଦ୍ରା

୨୦୦୩ରେ ପରଦାକୁ ଆସିଥିବା ପ୍ରିୟଦର୍ଶନଙ୍କ ଫିଲ୍ମ ‘ହଙ୍ଗାମା’ର ସିକ୍ୱେଲ ନିର୍ମାଣ ଆରମ୍ଭ ହୋଇଛି। ଏହି ଫିଲ୍ମର ନାଁ ରହିଛି ‘ହଙ୍ଗାମା ୨’। ହଙ୍ଗାମାରେ ଅକ୍ଷୟ କୁମାର, ରିମି ସେନ୍‌, ଅଫତାବ ଶିବଦାସାନୀ, ପରେଶ ରାଓ୍ଵଲ ଓ ସୋମା ଆନନ୍ଦ ପ୍ରମୁଖ ଚମତ୍କାର ଅଭିନୟ କରି ଦର୍ଶନଙ୍କ ମନ ଜିଣିଥିଲେ। ଏଣୁ ଏବେ ‘ହଙ୍ଗାମା ୨’ରେ ଏକ ନୂତନ କାହାଣୀକୁ ନେଇ ପୁଣିଥରେ ଆସୁଛନ୍ତି ପ୍ରିୟଦର୍ଶନ। ଆଜି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ଶିଳ୍ପା ସେଟ୍ଟୀ କୁନ୍ଦ୍ରା।

ଭିଡିଓ ସେୟାର କରି ଶିଳ୍ପା ଲେଖିଛନ୍ତି ‘ନୂଆ ଆରମ୍ଭ ହଙ୍ଗାମା ୨, ଦିନ ୧, ଖୁସି ଅଛି। ନର୍ଭସ ରହିଛି, ଜୋଶ୍‌ ରହିଛି, ଟେନ୍‌ସନ୍‌ ବି ଅଛି, ବିନମ୍ର ଅଛି ଓ ନିଜକୁ ଭାଗ୍ୟଶାଳୀ ମନେ କରୁଛି। ଅନେକ ଗୁଡ଼ିଏ ଭାବନାକୁ ଏକାଠି ଅନୁଭବ କରୁଛି। ଏହି ନୂଆ ଯାତ୍ରା ପାଇଁ ଆପଣ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛି। ଆପଣଙ୍କ ଶିଳ୍ପା ସେଟ୍ଟୀ କୁନ୍ଦ୍ରା।’

ଦେଖନ୍ତୁ ଭିଡିଓ:


ସୂଚନାଯୋଗ୍ୟ ଯେ, କମେଡି ଫିଲ୍ମ ହଙ୍ଗମା ୨ର ପ୍ରଥମ ପୋଷ୍ଟର କିଛି ଦିନ ତଳେ ରିଲିଜ୍‌ ହୋଇଥିଲା। ଏଥିରେ ପରେଶ ରାଓ୍ଵଲଙ୍କ ସହ ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ମିଜାନ ଜାଫରୀ ଓ ପ୍ରଣିତା ସୁବାସ ନଜର ଆସିଥିଲେ। ଗତ ଥର ପରେଶ ରାଓ୍ଵଲଙ୍କ ବିପକ୍ଷରେ ସୋମା ଆନନ୍ଦ ନଜର ଆସିଥିଲେ କିନ୍ତୁ ଏଥରକ ଶିଳ୍ପା ସେଟ୍ଟୀଙ୍କ ସହ ହଙ୍ଗାମା କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.