Below header

ଅଜବ ଏହି ହୋଟେଲ, ନା ଅଛି ଛାତ ନା ଅଛି କାନ୍ଥ, ତଥାପି ଗୋଟିଏ ରାତି ପାଇଁ ଦେବାକୁ ପଡ଼େ ଏତେ ଟଙ୍କା

ଦୁନିଆର କୋଣ ଅନୁକୋଣରେ ଅଜବ ଜିନିଷ ସବୁ ଦେଖିବାକୁ ମିଳେ। ଠିକ ଏମିତି ହିଁ ଏକ ହୋଟେଲ ଅଛି, ଯାହାର ରୁମ ଖୋଲା ଆକାଶ ତଳେ ମୁକୁଳା ରହିଛି, ଯଦ୍ଦ୍ୱାରା ଏହି ରୁମ ବୁକ କରୁଥିବା ଲୋକେ ମୁକ୍ତ ବାୟୁର ମଜା ନେଇପାରିବେ। ଏହି ରୁମ ସ୍ୱିଜରଲାଣ୍ଡର ସବୁଜିମାପୂର୍ଣ୍ଣ ସୁନ୍ଦର ପାହାଡ଼ ମଝିରେ ରହିଛି।

jnn

ହୋଟେଲର ନାଁ ‘ନଲ ଷ୍ଟର୍ନ ହୋଟେଲ’। ଏହାର ଖାସିୟତ ହେଉଛି, ଉକ୍ତ ରୁମର କାନ୍ଥ ନାହିଁ କି ଛାତ ନାହିଁ। ରୁମରେ କେବଳ ଏକ ବଡ଼ ବିଛଣା ଏବଂ ଧଳା ରଙ୍ଗର ବେଡସିଟ ବିଛାଯାଇଛି। ବେଡର ଦୁଇପଟେ ଲ୍ୟାମ୍ପ ସେଟ ମଧ୍ୟ ଲାଗିଛି। ବେଡ ଛଡ଼ା ଏଠାରେ ଆଉ କିଛି ବି ନାହିଁ।

hhh

ଏହି ଜାଗାରେ ଗୋଟିଏ ରାତି ରହିଲେ ୩ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଏଠାକୁ ଆସୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେ ହୋଟେଲ ମାଲିକ ଅଧିକ ରୁମ ଯୋଡ଼ିବାକୁ ଯୋଜନା କରୁଛନ୍ତି। ଏହି ଜାଗାକୁ ଆସୁଥିବା ଅତିଥି ତାଙ୍କ ପାଇଁ ଷ୍ଟାର ବୋଲି ହୋଟେଲ ସହ-ସଂସ୍ଥାପକ କୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.