ଏପରି ଏକ ମନ୍ଦିର, ଯେଉଁଠି ଦିନକୁ ତିନି ଥର ପୂଜା କରାଯାଏ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଦିନ ପାଳନ କରିବାକୁ ଯାଉଛି ଭାରତ। ରାଷ୍ଟ୍ରପିତା ଗାନ୍ଧୀ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ମଧ୍ୟ ପରିଚିତ। ଗାନ୍ଧିଙ୍କୁ ସ୍ମୃତିକୁ ମନେ ରଖିବା ପାଇଁ ବିଶ୍ୱରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଏପରି ସ୍ଥଳେ ଗାନ୍ଧିଙ୍କୁ ମନେ ରଖିବା ପାଇଁ କର୍ଣ୍ଣାଟକର ମାଙ୍ଗାଲୋରରେ ଏପରି ଏକ ସ୍ୱତନ୍ତ୍ର ମନ୍ଦିର ରହିଛି, ଯେଉଁଠାରେ ଗାନ୍ଧିଜୀ ପୂଜା ପାଆନ୍ତି ଏବଂ ଏଠାରେ ପ୍ରତିଦିନ ଗାନ୍ଧିଙ୍କୁ ତିନି ଥର ପୂଜା କରିବା ସହିତ ଆରତୀ ମଧ୍ୟ କରାଯାଏ।

02BGTEMPLE1

ମାଙ୍ଗାଲୋର ଶ୍ରୀ ବ୍ରହ୍ମା ବେଦରକଲା ଅଞ୍ଚଳରେ ଥିବା ଗରୋଡୀରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିର ଆସିବା କ୍ଷଣି ମହାତ୍ମା ଗାନ୍ଧିଙ୍କ (ସତ୍ୟ ଓ ଅହିଂସା) ପଥରେ ଚାଲିବାକୁ ପ୍ରତିଜ୍ଞା କରିବାକୁ ପଡିଥାଏ। ୧୯୪୮ରେ ଏଠାରେ ଗାନ୍ଧିଜୀଙ୍କର ଏକ ମାଟିରେ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଥିଲା। ୨୦୦୬ରେ ଲୋକମାନଙ୍କ ଦାବି ଅନୁଯାୟୀ ଏହି ସ୍ଥାନରେ ମନ୍ଦିର ନିର୍ମାଣ କରାଗଲା।

ଏହାସହ ପଢନ୍ତୁ ; କ’ଣ ଥିଲା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅମୂଲ୍ୟ ବିଚାରର ଅମୂଲ୍ୟ ଚିନ୍ତାଧାରା

98

ଏଠାରେ କୌଣସି ଭଗବାନଙ୍କ ପ୍ରତିମୂର୍ତ୍ତିକୁ ପୂଜା କଲା ଭଳି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ପୂଜା କରାଯାଏ। ଦିନକୁ ୩ ଥର ଅର୍ଥାତ୍‌ ସକାଳ ୬ଟା ଏବଂ ଦ୍ୱିପ୍ରହର ୧୨ଟା ଏବଂ ସନ୍ଧ୍ୟା ୭.୩୦ ସମୟରେ ତାଙ୍କ ପୂଜା କରାଯାଏ। ଏହାଛଡା ପ୍ରତିଦିନ ତାଙ୍କ ପ୍ରତିମୂର୍ତ୍ତି ତଳେ ଏକ ଦୀପ ଲଗାଯାଏ।

ସେହିଭଳି ଗାନ୍ଧି ଜୟନ୍ତୀ ଅବସରରେ ଏହି ମନ୍ଦିରରେ ବିଶେଷ ପୂଜା ମଧ୍ୟ ଆୟୋଜନ କରାଯାଏ। ଫଳ ଏବଂ ମିଠା ସହିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ବ୍ଲାକ କଫି ପ୍ରଦାନ କରାଯାଏ। ପରେ ସେହି କଫିକୁ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ରୂପେ ବଣ୍ଟନ କରାଯାଏ।

Leave A Reply

Your email address will not be published.