Below header

ଏହି ଦ୍ବୀପକୁ ବୁଲି ଯିବାକୁ ଚାହୁଁଛନ୍ତିକି, ତେବେ ଆପଣ କରୋନା ସଂକ୍ରମିତ ହୋଇଥିବା ନିହାତି ଦରକାର

ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ସଦ୍ୟ ମିଳିଥିବା ତଥ୍ୟ ଅନୁଯାୟୀ, ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟା ୨.୫
କୋଟି ପାର କରିସାରିଛି । ଯେବେକି ବିଶ୍ବରେ ମୃତ୍ୟୁ ସଂଖ୍ୟା ୮.୪ ଲକ୍ଷ ପାର କଲାଣି । ସଂକ୍ରମିତ ତାଲିକାରେ ଦ୍ଵିତୀୟ ସ୍ଥାନରେ ଅଛି ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲ । ଏଠାରେ ୩୮ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେବେକି ୧.୨ ଲକ୍ଷରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏପରି ଏକ ପରିସ୍ଥିତିରେ ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି ବ୍ରାଜିଲ ସରକାର । ସେଠାକାର ସରକାର “ଫର୍ଣ୍ଣନାଡୋ ଡ଼ି ନୋରହନୋ” ଦ୍ବୀପକୁ ପର୍ଯ୍ୟଟକ ମାନଙ୍କ ପାଇଁ ପୁଣି ଥରେ ଖୋଲାଯାଇଛି । କିନ୍ତୁ ଏଥିପାଇଁ ଏକ ବିଶେଷ ସର୍ତ୍ତ ମଧ୍ୟ ରଖାଯାଇଛି । ଏଠିକି ଆସିବାକୁ ଇଚ୍ଛା ରଖୁଥିବା ପର୍ଯ୍ୟଟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଦରକାର । ଅର୍ଥାତ ଦ୍ୱୀପକୁ ଯିବା ପାଇଁ ପ୍ରଥମେ ପର୍ଯ୍ୟଟକଙ୍କୁ କୋଭିଡ-୧୯ ରିପୋର୍ଟ ଦାଖଲ କରିବାକୁ ହେବ । ପଜିଟିଭ ରିପୋର୍ଟ ସହ ଏକ ପରିବେଶ ସରକ୍ଷଣ ଟ୍ୟାକ୍ସ ବାବଦ ଦେୟ ମଧ୍ୟ ଦାଖଲ କରିବାକୁ ହେବ ।

brazil

ସୂଚନା ଦେବା ଉଚିତ ହେବକି, ୟୁନେସ୍କୋ ତରଫରୁ ଜାରି ହୋଇଥିବା ବିଶ୍ୱ ଐତିହ୍ୟ ତାଲିକାରେ ଏହି ଦ୍ୱୀପକୁ ସାମିଲ କରାଯାଇଛି । କିନ୍ତୁ ଦେଶରେ ଲାଗିରହିଥିବା ଭୟଙ୍କର କରୋନା ସ୍ଥିତି କାରଣରୁ ମାର୍ଚ୍ଚ ମାସରେ ଏହାକୁ ସାଧାରଣ ଜନସାଧାରଣଙ୍କ ପାଇଁ ବନ୍ଦ କରାଯାଇଥିଲା । ବ୍ରାଜିଲ ସ୍ଥିତ ଏହି ଦ୍ବୀପ ସ୍ୱର୍ଗ ଠାରୁ କୌଣସି ଗୁଣରେ କମ ନୁହେଁ । ଏଠାକୁ ଥରେ ଯିଏ ଯାଇଛନ୍ତି, ତାର ମନୋରମ ଦୃଶ୍ୟକୁ କେବେ ହୁଏତ ଭୁଲିପାରିବେ ନାହିଁ । କିନ୍ତୁ ସାଧାରଣ ଜନବସତି ଠାରୁ ଅନେକ ଦୂରରେ ଅବସ୍ଥିତ ଏହି ଦ୍ୱୀପକୁ ଯେକେହି ଯାଇପାରନ୍ତି ନାହିଁ । ଆଉ ମଧ୍ୟ ପ୍ରତିଦିନ ମାତ୍ର ୪୨୦ ଜଣଙ୍କୁ ହିଁ ଏହି ଦ୍ୱୀପକୁ ଆସିବାକୁ ଅନୁମତି ମିଳିଥାଏ । କହିରଖିବା ଉଚିତ ହେବକି, ଏହି ଦ୍ବୀପ ବ୍ରାଜିଲ ଠାରୁ ସାଢେ ତିନି ଶହ କିଲୋମିଟର ଦୂରରେ ଅବସ୍ଥିତ । ଏହାର ତିନି ଚତୁର୍ଥାଂଶ ଭାଗକୁ ୧୯୮୮ ମସିହାରେ ସଂରକ୍ଷିତ ବନ ଅଭୟାରଣ୍ୟ ଭାବରେ ଘୋଷିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.