ବୋତଲରେ କ୍ଷୀର ପିଉଛି ହାତୀ ଛୁଆ, ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ମଜାଦାର୍‌ ଭିଡିଓ

ଛୋଟ ଶିଶୁଙ୍‌କୁ ବୋତଲରେ କ୍ଷୀର ପିଆଉଥିବାର ଆପଣମାନେ ଦେଖିଥିବେ। କିନ୍ତୁ ଆପଣ କେବେ ହାତୀ ଛୁଆ ବୋତଲରେ କ୍ଷୀର ପିଉଥିବାର ଦେଖିଛନ୍ତି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ହାତୀ ଛୁଆ ବେତଲରେ କ୍ଷୀର ପିଉଥିବାର ଦେଖିବାକୁ ମିଳିଛି, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ ଲୋକମାନଙ୍କୁ ଏହି ଭିଡିଓ ଏତେ ମାତ୍ରାରେ ପସନ୍ଦ ଆସିଛି ଯେ ଲୋକମାନେ ଏହି ଭିଡିଓ ଥରେ ନୁହେଁ ବରଂ ବାରମ୍ବାର ଦେଖୁଛନ୍ତି।

ସୋସିଆଲ ମିଡିଆରେ ଏହି ଭିଡିଓ ସୋଲ୍ଡିକ ଓ୍ଵାଇଲ୍ଡଲାଇଫ ଟ୍ରଷ୍ଟ ଦ୍ୱାରା ସେୟାର କରାଯାଇଛି। ଟ୍ଵିଟରେ ସେୟାର କରାଯାଇଥିବା ଏହି ୧୮ ସେକେଣ୍ଡର ଭିଡିଓ ଦେଖିବାକୁ ବହୁତ କ୍ୟୁଟ୍‌। ହାତୀ ଛୁଆଟିର ଦେଖାଶୁଣା କରୁଥିବା କେୟାର ଟେକର୍‌ ହାତରେ କ୍ଷୀର ବୋତଲ ଧରିଥିବା ବେଳେ ହାତୀ ଛୁଆଟି ଅତି ଖୁସିରେ କ୍ଷୀର ପିଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ଆପଣମାନେ ମଧ୍ୟ ଏହି ଭିଡିଓରେ ଦେଖିପାରିବେ କିପରି ହାତୀ ଛୁଆଟି ବୋତଲର ସବୁ କ୍ଷୀର ପିଉଛି।

ସୂଚନା ମୁତାବକ ଆପଣ ଭିଡିଓରେ ଦେଖୁଥିବା ଏହି ହାତୀ ଛୁଆଟି ଅନାଥ। ଏହିକାରଣରୁ କେୟାର ଟେକର୍‌ ହାତୀ ଛୁଆଟିକୁ ବୋତଲରେ କ୍ଷୀର ପିଆଉଛନ୍ତି। ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ୮.୩ ମିଲିୟନ ଥର ଦେଖା ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.