Below header

 ଏପରି ଏକ ସ୍ଥାନ ଯେଉଁଠରେ ମହିଳା ଜୀବନରେ ଗଧୋଇଥାନ୍ତି କେବଳ ଥରେ ,କାହିଁକି ଆସନ୍ତୁ ଜାଣିବା  

ଦୁନିଆରେ ଅନେକ ଭିନ୍ନ ଭିନ୍ନ ପ୍ରଜାତିର ଜନଜାତି ରହିଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଦୁନିଆରେ ଆଜି ମଧ୍ୟ ଏପରି ଏକ ଜନଜାତି ଅଛନ୍ତି ଯେଉଁଠାରେ ମହିଳାମାନେ ଆଦୌ ଗାଧୋଇ ନଥାନ୍ତି। ଆଜ୍ଞା ହଁ , ଏଠାରେ ମହିଳାମାନଙ୍କୁ ଗାଧୋଇବା ପାଇଁ ବିଲକୁଲ ଅନୁମତି ନାହିଁ। କିନ୍ତୁ ଏହିପରେ ମଧ୍ୟ ଏହି ମହିଳାମାନେ ବହୁତ ସୁନ୍ଦରୀ ଦେଖାଯାଆନ୍ତି। ଏହି ଜନଜାତି ଆଫ୍ରିକାର ନର୍ଥ ନାମ୍ବିଆର କୁନୈଲ ପ୍ରାନ୍ତରେ ରହୁଛନ୍ତି। ଆସନ୍ତୁ ଜାଣିବା ମହିଳା ମାନଙ୍କ ନଗାଧୋଇବା ପଛର ରହସ୍ଯ ବିଷୟରେ।

no bath women

ସାଧାରଣତ ଆମେ ଗୋଟିଏ ଦିନ ମଧ୍ୟ ନଗାଧୋଇ ରହିପାରି ନଥାଉ। କିନ୍ତୁ ଆଫ୍ରିକାର ନର୍ଥ ନାମ୍ବିଆର କୁନୈଲ ପ୍ରାନ୍ତରେ ରହୁଥିବା ହିମ୍ବା ଜନଜାତିର ମହିଳାମାନେ କେବେ ବି ଗାଧୋଇ ନଥାନ୍ତି। ପ୍ରକୃତ କଥା ହେଲା ସେମାନଙ୍କୁ ଗାଧୋଇବା ତ ବହୁ ଦୂର କଥା ପାଣିରେ ହାତ ଧୋଇବାର ମଧ୍ୟ ଅନୁମତି ନାହିଁ। ତଥାପି ସେମାନଙ୍କୁ ଆଫ୍ରିକାର ସବୁଠାରୁ ସୁନ୍ଦରୀ ମହିଳାଙ୍କ ମଧ୍ୟରେ ଗଣା କରାଯାଏ।

କୁନୈଲ ପ୍ରାନ୍ତରେ ହିମ୍ବା ଜନଜାତିର ପ୍ରାୟ ୨୦ରୁ ୫୦ ହଜାର ଲୋକ ବସବାସ କରନ୍ତି। ଏଠାକାର ମହିଳାମାନଙ୍କୁ ଗଧୋଇବା ପାଇଁ ଅନୁମତି ନାହିଁ, ତେଣୁ ସେମାନେ ନିଜକୁ ସଫାସୁତୁରା ରଖିବା ପାଇଁ ସେମାନେ ଏକ ନିଆରା ଉପାୟ ଅବଲମ୍ବନ କରି ଥାଆନ୍ତି ।

ନିଶ୍ଚିତ ପଢ଼ନ୍ତୁ : କିଏ ପିଜ୍ଜା ସହିତ ତ’ କିଏ ପୁଣି ପଥର ସହିତ କରିଛନ୍ତି ବିବାହ

ଶରୀରକୁ ସଫା ରଖିବା ପାଇଁ ଏଇ ମହିଳାମାନେ ଏକ ପ୍ରକାର ଖାସ ଜଡବୁଟିକୁ ପାଣିରେ ସିଝାଇ ତାହାର ବାଷ୍ପ ଦ୍ୱାରା ଶରୀରକୁ ସଫା ରଖନ୍ତି। ଏପରି କରିବା ଦ୍ୱାରା ସେମାନଙ୍କ ଶରୀରୁ ଗନ୍ଧ ନହେବା ସହ ତ୍ୱଚାରୁ ଜଡିବୁଟିର ସୁଗନ୍ଧ ମଧ୍ୟ ବାହାରେ। ଏଇ ପ୍ରଜାତିର ମହିଳାମାନେ ନିଜକୁ ସୂର୍ଯ୍ୟକିରଣରୁ ରକ୍ଷା କରିବା ପାଇଁ ଏକ ଖାସ ଲୋସନ ଲଗାଇଥାନ୍ତି। ଏହି ଲୋସନ ପଶୁର ଚର୍ବି ଓ ହେମାଟାଇଟର ଧୂଳିରୁ ତିଆରି ହୋଇଥାଏ। ହେମାଟାଇଟର ଧୂଳି ବ୍ୟବହାର ଯୋଗୁଁ ତାଙ୍କ ତ୍ୱଚାର ରଙ୍ଗ ଲାଲ ହୋଇଯାଏ। ଏଇ ଖାସ ଲୋସନ ସେମାନଙ୍କୁ ପୋକଯୋକ କାମୁଡାରୁ ମଧ୍ୟ ରକ୍ଷା କରିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.