ଗୋଟିଏ ଫ୍ରେମରେ ମଲାଇକା ଏବଂ ଅର୍ଜୁନ୍ : ଭିଡ଼ିଓ ହେଲା ଖୁବ୍ ଭାଇରାଲ

ମୁମ୍ବାଇ : ପୁଣି ଗୋଟିଏ ଫ୍ରେମ୍ରେ ଦେଖାଯାଇଛନ୍ତି ବଲିଉଡ଼ର ମୁନି ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁର। ଅନେକ ଦିନ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ମୁମ୍ବାଇରେ ଲାକମେ ଫ୍ୟାଶନ ୱିକରେ ମଧ୍ୟ ପାଖାପାଖି ବସିଥିଲେ ମଲାଇକା ଓ ଅର୍ଜୁନ। ବହୁ ଦିନ ହେବ ଏ ଦୁଇଜଣଙ୍କ ଆଫେୟାର ନେଇ ବି ଟାଉନ୍ରେ ଚର୍ଚ୍ଚା ଜୋର ଧରିଛି।
ଏମିତି ବି ଶୁଣିବାକୁ ମିଳୁଛି ଯେ ଅରବାଜ ଓ ମଲାଇକାଙ୍କ ଡିଭୋର୍ସ ପଛରେ କାରଣ ହେଉଛି ମଲାଇକା ଓ ଅର୍ଜୁନଙ୍କ କ୍ଲୋଜନେସ୍। ଏନେଇ ଅର୍ଜୁନଙ୍କ ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରିଛନ୍ତି ଭାଇଜାନ ସଲମାନ ଖାନ୍। ଅର୍ଜୁନଙ୍କ ବାପା ବୋନି କପୁରଙ୍କ ସହ ପୁରା ଫ୍ୟାମିଲିଙ୍କ କିନ୍ତୁ ମଲାଇକାଙ୍କ ସହ ତାଙ୍କ ରିଲେସନସିପକୁ ନେଇ ବିଳକୁଲ ଖୁସି ନାହାନ୍ତି। ତଥାପି ବି ଏହି ଯୋଡିକୁ ସର୍ବ ସମ୍ମୁଖରେ ଏକାଠି ଦେଖିବାକୁ ମିଳିଛି। ଲାଗୁଛି ଏହି ରିଲେସନସିପକୁ ନେଇ ସିରିଅସ ଅଛନ୍ତି ଅର୍ଜୁନ ଓ ମଲାଇକା।