ହୃଦୟବିଦାରକ ଘଟଣା: କୁକୁଡା କିଣିବାକୁ ଯାଇ ଆଉ ଫେରିଲେନି ବାପା, ପୁଅ
ଆଖିର ଲୁହ ବୋଲମାନୁନି । କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି । କଣ ଏମିତି ବି ଆସେ ମୃତ୍ୟୁ । ଏକାବେଳକେ ଆଗ ପଛ ହୋଇ ଚାଲିଗଲେ ପରିବାର ତିନି ଜଣ । ଏମିତି ଏକ ହୃଦୟବିଦାରକ ଘଟଣା ଯାହା ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେଇଛି ଏଇ ପରିବାରକୁ ।

କେନ୍ଦୁଝର/ଘଟଗାଁ(କେନ୍ୟୁଜ): ଆଖିର ଲୁହ ବୋଲମାନୁନି । କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି । କଣ ଏମିତି ବି ଆସେ ମୃତ୍ୟୁ । ଏକାବେଳକେ ଆଗ ପଛ ହୋଇ ଚାଲିଗଲେ ପରିବାର ତିନି ଜଣ । ଏମିତି ଏକ ହୃଦୟବିଦାରକ ଘଟଣା ଯାହା ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେଇଛି ଏଇ ପରିବାରକୁ ।
ବାପା ପୁଅ ବଜାରକୁ ଯାଇଥିଲେ କୁକୁଡା କିଣି । କୁକୁଡା ନେଇ ଘରକୁ ଆସିଥାନ୍ତେ । ହେଲେ ଆଉ ଘରକୁ ଫେରିବେ କଣ ଅଧା ବାଟରେ ଜଗି ବସିଥିଲ ଯମ । ସିଧା ନେଇଗଲା ଆରପାରିକୁ । ଏପଟେ ପରିବାରରେ ଏହି ଖବର ଶୁଣି ଚାଲିଗଲା ଦାଦାର ଜୀବନ ।
ଗୋଟିଏ ପରିବାରର ଦୁର୍ଘଟଣାରେ ଦୁଇ ଜଣଙ୍କର ଓ ହୃଦଘାତରେ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ବାରିଗାଁରେ ଖେଳିଯାଇଛି ଶୋକର ଛାୟା । ଖବର ମୁତାବକ, ଆଜି ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ମୁଣ୍ଡା ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟରୁ ଆସୁଥିବା ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାପ ପୁଅ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।
ତେବେ ଏହି ଖବର ବାରିଗାଁରେ ପହଞ୍ଚିବା ପରେ କାଣ୍ଡେ ମୁଣ୍ଡାଙ୍କ ଭାଇ ସମରା ମୁଣ୍ଡା ଏଭଳି ଏକ ଦୁଃଖଦ ଖବରଟିକୁ ସହଜରେ ଗ୍ରହଣ ପାରିନଥିଲେ । ଯାହାଫଳରେ କିଛି ସମ ଭିତରେ ସେ ହୃଦଘାତରେ ଟଳି ପଡ଼ିଥିଲେ । ଏହାକୁ ପରିବାରରେ ଏବେ ଖେଳିଯାଇଛି ଶୋକର ଛାୟା । ତେବେ ଏହି ଘଯଣାକୁ ନେଇ ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ – ୨୦ କୁ ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।
ତେବେ ଏହି ଘଟଣା ଘଟିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟିଯାଉଛି ପରିବେଶ । ସମସ୍ତଙ୍କ ଆଖିରେ ଲୁହ । ଅନ୍ୟପଟେ ପୁଅ ଲକ୍ଷ୍ମଣ ମୁଣ୍ଡାଙ୍କର ୩ଟି ଛୁଆ ଏବେ ବେସାହାରା ହୋଇପଡିଛନ୍ତି । ଏଭଳି ଦୁଃଖଦ ପରିସ୍ଥିତିରେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।