ଖାଦ୍ୟ ଅନ୍ବେଷଣରେ ଦମକଳବାହିନୀ କେନ୍ଦ୍ରରେ ପଶିଲା ଭାଲୁ, ଘଉଡ଼ାଇବାକୁ ଚେଷ୍ଟା କରିଥିଲେ କର୍ମଚାରୀ

ଖାଦ୍ୟ ଅନ୍ବେଷଣରେ ଭାଲୁ ସହର ମୁହାଁ ହୋଇଥିବା ଆଶଙ୍କା କରାଯାଉଛି । ଏଭଳି ଘଟଣା ଭୁବନ ବନାଞ୍ଚଳ ଅଧିନ ଦମକଳବାହିନୀ କେନ୍ଦ୍ରରେ ଘଟିଯାଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ଦମକଳବାହିନୀ କେନ୍ଦ୍ରରେ ପଶିଥିଲା ।

ଭୁବନ (କେନ୍ୟୁଜ): ଏବେ ଗାଁରେ ଗାଁରେ ଦେଖାଯାଉଛି ଭାଲୁ ଆତଙ୍କ । ଭୟରେ ସନ୍ଧ୍ୟା ହେଲେ ମଣିଷ ଘରୁ ବାହାରୁ ନାହିଁ । କାହିଁକି ନା ଘର ବାହାରେ ବୁଲୁଛି ଭାଲୁ । ଖାଦ୍ୟ ଅନ୍ବେଷଣରେ ଭାଲୁ ସହର ମୁହାଁ ହୋଇଥିବା ଆଶଙ୍କା କରାଯାଉଛି । ଏଭଳି ଘଟଣା ଭୁବନ ବନାଞ୍ଚଳ ଅଧିନ ଦମକଳବାହିନୀ କେନ୍ଦ୍ରରେ ଘଟିଯାଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ଦମକଳବାହିନୀ କେନ୍ଦ୍ରରେ ପଶିଥିଲା । ଭାଲୁକୁ ଦେଖିବା ପରେ ଦମକଳବାହିନୀ କର୍ମଚାରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ ।

ଟର୍ଚ୍ଚ ପକାଇ ଭାଲୁକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ କର୍ମଚାରୀ । ତେବେ ପୂର୍ବରୁ ମଧ୍ୟ କିଛି ଦିନ ତଳେ ଭୁବନ ସହରରେ ଭାଲୁ ପଶି ଆସିଥିବାର ନଜିର ଥିଲା । କିନ୍ତୁ ଭାଲୁ କେବେ ଲୋକମାନଙ୍କୁ ଆକ୍ରମଣ କରୁନଥିବା ସୂଚନା ରହିଛି । ଏହା ପୂର୍ବରୁ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଏକ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା । ତେବେ ଭାଲୁ ଆସୁଥିବା ଦେଖିବା ପରେ ନିକଟରେ ଥିବା କୁକୁରମାନେ ଭାଲୁକୁ ଆକ୍ରମଣ କରିଥିଲେ । ପରେ ଭାଲୁଟି ଧୀରେ ଧୀରେ ପାଚେରୀ ଡେଇଁ ଜଙ୍ଗଲ ମୁହାଁ ହୋଇଥିଲା ।

ଜଙ୍ଗଲ ଛାଡ଼ି ସହର ଓ ଗାଁରେ ବୁଲୁଛନ୍ତି ବନ୍ୟଜନ୍ତୁ । ଏହାର କାରଣ ବି ଖୋଦ ମଣିଷ । କାରଣ ଜଙ୍ଗଲକୁ କାଟି ମଣିଷ ସଫା କରୁଛି । ତେଣୁ ଜଙ୍ଗଲରେ ଖାଦ୍ୟର ଅଭାବ ଦେଖାଯାଉଛି । ଖାଦ୍ୟ ନ ପାଇ ଜଙ୍ଗଲ ଜନ୍ତୁମାନେ ଗାଁ ମୁହାଁ ହେଉଛନ୍ତି । ତେବେ ବତ୍ତର୍ମାନ ତ ଭାଲୁ କାହାକୁ ଆକ୍ରମଣ କରି ନାହିଁ କିନ୍ତୁ ଅନେକ ସ୍ଥାନ ଏପରି ଅଛି ଯେଉଁଠାରେ ଭାଲୁ ଆକ୍ରମଣର ଶିକାର ମଣିଷ ହୁଏ । ତେଣୁ ମଣିଷ ଯଦି ବନ୍ୟଜନ୍ତୁଙ୍କ ଘର ନଷ୍ଟ ନକରିବ ତେବେ ସେମାନେ ହୁଏତ ଏଭଳି ଗାଁ କି ସହରରେ ବୁଲିବେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.