୭୦ ଲକ୍ଷରେ ନିଲାମ ହେଲା ୧୯୧୨ ମସିହାର ଏହି ମୂଲ୍ୟବାନ ଚାବି, ଜାଣନ୍ତୁ କ’ଣ ଅଛି ଏଥିରେ ଖାସ

୧୯୧୨ ମସିହାରେ ଦୁର୍ଘଟଣାର ଶିକାର ହୋଇଥିବା ଟାଇଟାନିକ ଜାହାଜର ଏକ ଚାବି ୮୫ ହଜାର ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୭୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଏହା ଲାଇଫ ଜ୍ୟାକେଟ ଲକରର ଚାବି ଥିଲା। ଡେଭିଜେସରେ ହୋଇଥିବା ନିଲାମୀରେ ଚାବି ସମେତ ଟାଇଟାନିକ ସହ ଜଡ଼ିତ ୨୦୦ରୁ ଅଧିକ ଜିନିଷ ବିକ୍ରି ହୋଇଛି।

ff

ନିଲାମକର୍ତ୍ତା ଆଣ୍ଡ୍ରୟୁ ଏଲିଡରଜ ଏହି ଚାବି ୫୦ ହଜାର ପାଉଣ୍ଡରେ ବିକ୍ରି ହେବ ବୋଲି ଆଶା ରଖିଥିଲେ, କିନ୍ତୁ ଏହା ତାଙ୍କ ଆଶାଠାରୁ ବହୁତ ଅଧିକ ଟଙ୍କାରେ ଯାଇଥିଲା। ଚାବି ସିଡନୀ ସେଡୁନରୀଙ୍କ ପାଖରେ ଥିଲା, ଯିଏ ଟାଇଟାନିକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବଳି ଚଢାଇ ଦେଇଥିଲେ।

ded

୧୪ ଏପ୍ରିଲ, ୧୯୧୨ରେ ଟାଇଟାନିକ ବିଶାଳ ହିମଖଣ୍ଡ ସହ ଧକ୍କା ହୋଇ ଆଟଲାଣ୍ଟିକ ମହାସାଗରରେ ବୁଡ଼ି ଯାଇଥିଲା। ଏଥିରେ ୧୫୦୦ ଯାତ୍ରୀ ଏବଂ ଚାଳକ ଦଳର ସଦସ୍ୟ ମରିଯାଇଥିବା ବେଳେ ୭୧୦ଜଣ ଯାତ୍ରୀ ଉଦ୍ଧାର ପାଇଯାଇଥିଲେ। ଏହି ନିଲାମୀରେ ଜାହାଜର ମୁଖ୍ୟ ଅଧିକାରୀ ହେନରୀ ବିଲଡେଙ୍କ ଦ୍ୱାରା ଲିଖିତ ଚିଠିଗୁଡ଼ିକ ୫ ହଜାର ପାଉଣ୍ଡରେ ବିକ୍ରି ହୋଇଛି। ଟାଇଟାନିକରେ ଲେଖିଥିବା ଏକ ପତ୍ରରେ ସେ ସଙ୍କେତ ଦେଇଥିଲେ ଯେ ତାଙ୍କୁ ଜାହାଜ ବିଷୟରେ ଭୁଲ ତଥ୍ୟ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.