Below header

ଆଜି ବୈଶାଖ ପୂର୍ଣ୍ଣିମା, ସନ୍ଥ କବି ଭୀମ ଭୋଇଙ୍କ ଜନ୍ମତିଥି: ହେଲେ ପରିତ୍ଯକ୍ତ କୋଠରୀ ଭିତରେ ଆଜି ସେ ଅବହେଳିତ

ଆଜି ବୈଶାଖ ପୂର୍ଣ୍ଣିମା । ମହିମାଧର୍ମର ଶ୍ରେଷ୍ଠ ସାଧକ, ସନ୍ଥ କବି ଭୀମ ଭୋଇଙ୍କ ଆଜି ହେଉଛି ଜନ୍ମତିଥି । ମହିମାଧର୍ମକୁ ସେ ବିଶ୍ୱ ଦରବାରରେ ପହଞ୍ଚାଇ ମହିମାଧର୍ମକୁ କେବଳ ପ୍ରତିଷ୍ଠିତ କରାଇଥିଲେ ତା’ନୁହେଁ ବରଂ ତାଙ୍କ ସାହିତ୍ଯକୃତି ମଧ୍ୟରେ ସେ କାଳଜୟୀ ରଚନାକରି ମାନବବାଦୀ କବିଭାବରେ ବିଶ୍ୱବନ୍ଦିତ ହୋଇପାରିଛନ୍ତି ।

ସୁବର୍ଣ୍ଣପୁର (କେନ୍ୟୁଜ୍‌): ଆଜି ବୈଶାଖ ପୂର୍ଣ୍ଣିମା । ମହିମାଧର୍ମର ଶ୍ରେଷ୍ଠ ସାଧକ, ସନ୍ଥ କବି ଭୀମ ଭୋଇଙ୍କ ଆଜି ହେଉଛି ଜନ୍ମତିଥି । ମହିମାଧର୍ମକୁ ସେ ବିଶ୍ୱ ଦରବାରରେ ପହଞ୍ଚାଇ ମହିମାଧର୍ମକୁ କେବଳ ପ୍ରତିଷ୍ଠିତ କରାଇଥିଲେ ତା’ନୁହେଁ ବରଂ ତାଙ୍କ ସାହିତ୍ଯକୃତି ମଧ୍ୟରେ ସେ କାଳଜୟୀ ରଚନାକରି ମାନବବାଦୀ କବିଭାବରେ ବିଶ୍ୱବନ୍ଦିତ ହୋଇପାରିଛନ୍ତି । ହେଲେ ଭୀମ ଭୋଇଙ୍କ ସାଧନା, ସିଦ୍ଧି ଓ ସମାଧୀ ପୀଠ ସୁବର୍ଣ୍ଣପୁର ଜିଲ୍ଳାରେ କିନ୍ତୁ ଆଜି ନିଜେ ଅବହେଳିତ ଭୀମ଼ଭୋଇ । ଆଜିଭଳି ଦିନରେ ତାଙ୍କୁ ପୂଜା କରିବାଦୂରର କଥା ବନ୍ଦିକରି ରଖାଯାଇଛି ଏକ ପରିତ୍ଯକ୍ତ କୋଠରୀ ଭିତରେ ।

‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ‘ ସମାଜକୁ ଏଭଳି କିଛି ବାର୍ତା ଦେଇଥିବା ମାନବବାଦୀ କବି ଆଜି ପ୍ରକୃତରେ ନର୍କ ଭିତରେ ପଡିରହିଛନ୍ତି ।  କାରଣ ଏକ ପରିତ୍ଯକ୍ତ କୋଠରୀଭିତରେ ଆଜିକୁ ଦୁଇ ବର୍ଷରୁ ଅଧିକ ସମୟହେଲା ଏକ ଗାରେଜର ବନ୍ଦ କୋଠରୀ ଭିତରେ ତାଲା ପକାଯାଇ ରଖାଯାଇଛି ଭୀମ ଭୋଇଙ୍କୁ । ତାଙ୍କ ବେକରେ ପଡିଥିବା ଫୁଲମାଳ କେବେଠୁ ଶୁଖିଯାଇଥିବାବେଳେ ଦେହସାରା ମଇଳାରେ ଭର୍ତିହୋଇ ରହିଛି । ଏହି ଦୃଶ୍ଯ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ପୂର୍ତ ବିଭାଗ କାର୍ଯ୍ଯାଳୟ ପରିସିରସ୍ଥିତ ଗାରେଜର।

bhima

ପୂର୍ବରୁ ଆଜିଭଳି ଦିନରେ ବ୍ଲକ ଛକରେ ତାଙ୍କ ବେକରେ ପଡୁଥିଲା ଫୁଲମାଳ । ସକାଳୁ ସକାଳୁ ପ୍ରଶାସନ ଓ ସହରବାସୀ ତାଙ୍କୁ ପ୍ରଦୀପ ପ୍ରଜ୍ୱଳନ କରି ମୁଣ୍ଡିଆ ମାରୁଥିଲେ । ହେଲେ ଆଜିଭଳି ଦିନରେ ସେ ଏଠି ଅବହେଳିତ । ପୂଜ୍ଯ ପୂଜାତ ଦୂରର କଥା ତାଙ୍କ ସମ୍ପର୍କରେ ଚିନ୍ତା କରିବାକୁ ବି କାହା ପାଖରେ ସମୟନାହିଁ । ସମାଜକୁ ଜ୍ଞାନର ଭଣ୍ଡାର ଦେଇଥିବା ଏହି ମାନବବାଦୀ କବି ମୁଖଭଳି କାନ୍ଦୁଛନ୍ତି ସିନା କିଛି କହିପାରୁନାହାଁନ୍ତି । ଯାହାକୁ ଏବେ ନିନ୍ଦା କରିଛନ୍ତି ସୁବର୍ଣ୍ଣପୁରର ବୁଦ୍ଧିଜୀବୀ

ମାନବ ସମାଜକୁ ଦିଗଦର୍ଶନ ଦେବାସହ ମଣିଷକୁ ଭଲପାଇବା ଓ ସମ୍ମାନ ଦେବାର ନିତିବାଣୀ ଦେଉଥିଲେ ମାନବବାଦୀ କବି ଭୀମଭୋଇ । ୨୦୦୫ ମାସିହାରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ଅନୁରୋଧକ୍ରମେ ପ୍ରଶାସନ ପକ୍ଷରୁ ସୋନପୁର ସହର ବ୍ଲକ ଛକରେ ମହିମାଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଥିଲା । ହେଲେ ରାସ୍ତା ପ୍ରଶସ୍ତିରଣ ପାଇଁ ଗତ ଦୁଇବର୍ଷ ତଳେ ପ୍ରତିମୂର୍ତିକୁ ପ୍ରଶାସନ ପକ୍ଷରୁ ହଟାଯାଇଥିଲା । ଆଉ ସେହିଦିନଠାରୁ ଭୀମଭୋଇଙ୍କ ସେହି ପ୍ରତିମୂର୍ତିକୁ ଏହିଭଳି ଭାବେ ବନ୍ଦିକରି ରଖାଯାଇଛି । ଯାହାକୁ ଏବେ ଘୋର ନିନ୍ଦା କରିଛନ୍ତି ମହିମାଧର୍ମୀ । ଆଗକୁ ଭୀମଭୋଇଙ୍କ ପ୍ରତିମୁର୍ତିକୁ କୋଠରୀରୁ ବାହାର କରାଯାଇ ପୁନଃ ସ୍ଥାପନ କରାନଗଲ ଯୋରଦାର ଆନ୍ଦୋଳନ କରାଯିବାକୁ ଧମକ ଦିଆଯାଇଛି । ତେବେ ଏନେଇ ପ୍ରଶାସନର ପ୍ରତିକ୍ରୀୟା ମିଳିପାରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.