ଭୟଙ୍କର ଘୂର୍ଣ୍ଣିଝଡ଼ ଉଡାଇନେଲା ଘର, ଦେଖନ୍ତୁ ଭିଡିଓ

ପ୍ରକୃତି ସାମ୍ନାରେ ସବୁ ନିୟମ ଫିକା ପଡିଯାଏ। ପ୍ରକୃତି କେତେ ବେଳେ ନିଜର ମିଜାଜ ବଦଳାଏ, ତାହା କେହି ଜାଣିପାରନ୍ତି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ଏମିତି ବିନାଶ କରିସାରିଛି, ଯାହାର ଛାପ ଏଯାଏଁ ମଧ୍ୟ ରହିଛି। ବାତ୍ୟା, ବନ୍ୟା, ଭମିକମ୍ପ ଇତ୍ୟାଦି ପ୍ରକାରର ବିଭୀଷିକା ମଣିଷ ଦେଖିସାରିଛି। ପ୍ରକୃତି ସାମ୍ନାରେ ବଡ ବଡ ଘର, ମଜବୁତ ଠାରୁ ମଜବୁତ ଜିନିଷ ମଧ୍ୟ ହାର ମାନିଛି। ଘୂର୍ଣ୍ଣିଝଡ କିପରି ତାଣ୍ଡବ କରିଥାଏ, ତାହା ହୁଏତ ଆପଣ କେତେକ ଭିଡିଓରେ ନିଶ୍ଚିତ ଦେଖିଥିବେ। ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଆପଣ ଦେଖି ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।

ଗତ କିଛିଦିନ ତଳେ ଆମେରିକାର କାନସାସ ଷ୍ଟେଟରେ ଘୂର୍ଣ୍ଣିଝଡ ଆସିଥିଲା। ଏହା କାରଣରୁ ସ୍ଥାନୀୟ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ହେଲେ ଏହି ସମୟର ବିପଦପୂର୍ଣ୍ଣ ଭିଡିଓ କ୍ୟାମେରାରେ କଏଦ ହୋଇଥିଲା। ଭାଇରଲ ହେଉଥିବା ଭିଡିଓ ଦେଖିଲେ ଆପଣ ମଧ୍ୟ ନିଶ୍ଚିତ ଡରିଯିବେ। ଏହି ଭିଡିଓରେ ଘର ଉଡୁଥିବା ଦେଖିବାକୁ ମିଳିଛି।

ଟ୍ଵିଟରରେ ସେୟାର ହୋଇଥିବା ଏହି ଭିଡିଓରେ କିପରି ଝଡ ଖାଲି ପଡିଆରୁ ସୃଷ୍ଟି ହୋଇ ଘର ଉଡାଉଛି ଦେଖିବାକୁ ମିଳିଛି। ଦ୍ରୁତଗତିରେ ମାଡି ଆସୁଥିବା ପବନ ସାମ୍ନାରେ ଯାହା ପଡୁଛି, ତାହା ଉଡିଯାଉଛି। ଖବର ମୁତାବକ, ପାଖାପାଖି ୧୫ ହଜାରରୁ ଊଦ୍ଧ୍‌ର୍ବ ଲୋକ ତୋଫାନ କାରଣରୁ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିଛନ୍ତି। ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କ ଘର ଛାରଖାର ହୋଇଯାଇଛି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି।

ଏହି ଭିଡିଓକୁ Fifty Shades of Whey ଟ୍ଵିଟର ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଘୂର୍ଣ୍ଣିଝଡ ଯୋଗୁଁ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ୟୁନିଭରସିଟି ଅଫ ଓକ୍ଲାହୋମାରେ ଅନ୍ତରୀକ୍ଷ ବିଜ୍ଞାନ ପଢୁଥିବା ଛାତ୍ର ଏହି ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଏହି ପିଲାମାନେ ଝଡର ପଛେ ପଛେ ଯାଉଥିବାରୁ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.