ବିବାହ ପାଇଁ ପୂରା ପ୍ରସ୍ତୁତ ଥିଲେ ସଲମାନ୍, କାର୍ଡ ଛପା ଯିବା ପରେ ନେଲେ ଏପରି ନିଷ୍ପତି

ସଲମାନ ଖାନ ବଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଦବା ବ୍ୟାଚଲର୍ କହିଲେ କିଛି ଭୁଲ ହେବନି। କିନ୍ତୁ ଏମିତି ବି ଦିନ ଥିଲା ଯେଉଁ ଦିନ ବିବାହ ପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ, କାର୍ଡ ମଧ୍ୟ ଛପା ଯାଇଥିଲା କିନ୍ତୁ ପରେ ଏହି ନିଷ୍ପତ୍ତି ନେଇଥିଲେ ଯାହା ପାଇଁ ଆଜି ମଧ୍ୟ ସେ ବ୍ୟାଚଲର୍ ହୋଇ ରହିଛନ୍ତି। ଯଦି ସେ ସେହି ସମୟରେ ବିବାହ କରିଥାନ୍ତେ ତେବେ ସେ ନିଶ୍ଚିତ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତେ।

ତେବେ ସୁପରଷ୍ଟାର ସଲମାନ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ବିବାହ ବିଷୟରେ ଆଲୋଚନା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଏହି ଭିଡିଓରେ ସଲମାନ ଖାନ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ନଜର ଆସିଛନ୍ତି ଏବଂ ସେଠାରେ ବସିଥିବା ପିଲାମାନଙ୍କ ସହିତ ବହୁତ ଆଗ୍ରହର ସହ କଥା ହେଉଥିବା ଦେଖିବାକୁ ମିଳିଛି । ପିଲାମାନଙ୍କ ସହିତ ସଲମାନ ଖାନଙ୍କ ଟ୍ୟୁନିଂ ଏତେ ଭଲ ଯେ ତାଙ୍କୁ ପିଲାମାନଙ୍କ ସହ କଥାବାର୍ତ୍ତା କରୁଥିବା ଦେଖି ପ୍ରଶଂସକମାନେ ସବୁବେଳେ ଭାବନ୍ତି ଯେ ସେ କେବେ ବିବାହ କରିବେ?

ସେ ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା କଥା ସମ୍ନାକୁ ଆସେ କିନ୍ତୁ ସେ କେବେ ବି ବିବାହ କରିନଥିଲେ। ଦବାଙ୍ଗ ଖାନଙ୍କୁ ଇଣ୍ଡଷ୍ଟ୍ରିର ସବୁଠାରୁ ଯୋଗ୍ୟ ବ୍ଯାଚଲର ବୋଲି କୁହାଯାଏ, କିନ୍ତୁ ଆପଣ ଜାଣନ୍ତି କି ଥରେ ସଲମାନ ଖାନ ବିବାହର ଏତେ ନିକଟତର ହୋଇଥିଲେ ଯେ ସେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତେ। କିନ୍ତୁ ତା’ପରେ ହଠାତ୍ ସେ ବିବାହ ଯୋଜନାକୁ ବାତିଲ କରିଦେଲେ, ଏହାର କାରଣ ମଧ୍ୟ ବହୁତ ଅଦ୍ଭୁତ ଥିଲା।

କପିଲ ଶର୍ମାଙ୍କ ସୋ’ରେ ଏହି ରହସ୍ୟ ଖୋଲା ଯାଇଥିଲା। ସଲମାନ ଖାନଙ୍କ ବିବାହର ଏହି କାହାଣୀ ସାଜିଦ ନାଦିଆଡୱାଲାଙ୍କ ଦ୍ୱାରା ‘ଦି କପିଲ ଶର୍ମା ସୋ’ରେ ସେୟାର କରାଯାଇଥିଲା।

ସାଜିଦ୍ କହିଥିଲେ, ୧୯୯୯ ମସିହାରେ ରେ ସଲମାନ ଖାନ ବିବାହ କରିବା ପାଇଁ ସଂପୂର୍ଣ୍ଣ ରୂପେ ରାଜି ଥିଲେ। ଏମିତିକି ବିବାହ ମଧ୍ୟ ସ୍ଥିର ହେଲା ଏବଂ ବିବାହ କାର୍ଡ ଛାପିବା ପରେ କାର୍ଡ ବଣ୍ଟନ କରାଯାଇଥିଲା। ୨୦-୨୫ ଲୋକଙ୍କ ଏକ ଛୋଟ ସମାବେଶ ହୋଇ ଏହି ବିବାହ ହୋଇଥାନ୍ତା। କିନ୍ତୁ ମାତ୍ର ବିବାହର ୬ ଦିନ ପୂର୍ବରୁ ହିଁ ସେ କହିଥିଲେ ମୁଁ ବିବାହ କରିବିନି, ମୋର ମୁଡ୍ ନାହିଁ। ସେ ନିଜର ମତ ବଦଳାଇଦେଇଥିଲେ। ପୁଣି ହଠାତ୍ ହିଁ ତାଙ୍କର ବିବାହ ରହି ଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବଲିଉଡର ଜଣେ ବ୍ୟାଚଲର ଭାବେ ହିଁ ରହିଛନ୍ତି। କେବେ ବିବାହ କରିବେ ତାହା କାହାକୁ ଜଣା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.