Below header

ନୂଆ ରୂପରେ ଚାଲିବ ଏହି ଟ୍ରେନ, ଦରକାର ନାହିଁ ଇନ୍ଧନ ଆପେ ଆପେ ଚାର୍ଜ ହେବ

ଦର୍ଶକବନ୍ଧୁ ବିଜ୍ଞାନ ଦିନକୁ ଦିନ କେତେ ଅଗ୍ରଗତି କରୁଛି ଏ ପ୍ରଶ୍ନ ଆଉ ପଚାରିବାର ଆବଶ୍ୟକତା ନାହିଁ । କାରଣ ଏହାର ଉତ୍ତର ପ୍ରତ୍ୟେକ ଦିନ ଆପଣଙ୍କୁ ମିଳିଯାଉଥିବ । ଯେତେବେଳେ ସ୍ମାର୍ଟ ଯୁଗରେ ସ୍ମାର୍ଟ ୱେରେ ଆପଣଙ୍କ କାମ ହୋଇଯାଉଥିବ । ବିଭିନ୍ନ ଅସମ୍ଭବ କଥା ବି ଏବେ ସମ୍ଭବ ଲାଗିଲାଣି ବିଜ୍ଞାନର ଅଭୁତପୂର୍ବ ସଫଳତାକୁ ଦେଖିଲେ । ଆମେ ଆପଣଙ୍କୁ ଯାତାୟାତର ଏକ ପ୍ରମୁଖ ଯାନ ବିଷୟରେ କହିବୁ । ଯାହା ଶୁଣିଲେ ଆପଣ କହିବେ ଏହା କେମିତି ହେବ ।

ଆପଣ ଜାଣିଥିବେ ପ୍ରଥମେ ଯେଉଁ ଟ୍ରେନ ଗଡୁଥିଲା ତାହା ବାଷ୍ପ ଯୋଗେ ଚାଲୁଥିଲା । ତାପରେ ଟ୍ରେନ ଡିଜେଲ ଯୋଗେ ଗଡିଲା । ଏବେ ଟ୍ରେନ ବିଜୁଳିରେ ଗଡୁଛି । ଅନେକ ମଧ୍ୟ ସୋଲାର ଏନର୍ଜି ସାହାଯ୍ୟରେ ଚାଲିଲାଣି । କିନ୍ତୁ ଏବେ କିଛି ବର୍ଷ ମଧ୍ୟରେ ଏହା ବିନା ଇନ୍ଧନରେ ଗଡିବ । କାରଣ ଏମିତି ଏକ ଟ୍ରେନ ଆସିବାକୁ ଯାଉଛି, ଯାହା ବିନା କୌଣସି ଇନ୍ଧନରେ ଗଡିବ । ଏହି ଟ୍ରେନକୁ ଚଳାଇବା ପାଇଁ ଇନ୍ଧନର ଆବଶ୍ୟକତା ପଡିବ ନାହିଁ । କାହିଁକି ନା ଟ୍ରେନ ବିନା ଡିଜେଲ କଣ ବିନା କୋଇଲାରେ ବି ଚାଲିବ ।

ଏହି ସ୍ୱତନ୍ତ୍ର ଟ୍ରେନ ମାଧ୍ୟାକର୍ଷଣ ଶକ୍ତି ଉପରେ ଚାଲିବ । ଏହା ହୁଏତ ଆପଣ ମାନେ ବିଶ୍ୱାସ ନକରିପାରନ୍ତି କିନ୍ତୁ ଏହା ସତ ଅଟେ । ଏକ ଅଷ୍ଟ୍ରେଲିୟ ଖଣି କମ୍ପାନୀ ଏହି ମାଧ୍ୟାକର୍ଷଣ ଦ୍ୱାରା ଚାଲିବା ଟ୍ରେନ ନିର୍ମାଣ କରୁଛି । ଆସନ୍ତୁ ଜାଣିବା ଏହା କିପରି ଚାଲିବ ଏବଂ ଏହାର ବିଶେଷତା କଣ ।

ଏହି ଟ୍ରେନକୁ ଇନଫିନିଟି ଟ୍ରେନ କୁହାଯାଉଛି । ଏହି ଟ୍ରେନ ଚାଲିବାରେ ସବୁଠୁ ବଡ ସୁବିଧା କଣ ଜାଣନ୍ତି , ତାହା ହେଉଛି ପ୍ରଦୂଷଣ କମ ହେବା । ଏହା ଛଡା ଟ୍ରେନକୁ ରିଫୁଏଲିଂ କରିବାର ମଧ୍ୟ ଆବଶ୍ୟକତା ନାହିଁ ।

ଏହି ଟ୍ରେନରୁ ନିର୍ଗମନ ଶୂନ ହେବ । ଏହା କମ ସମୟ ଓ କମ ମୂଲ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ପରିବହନ କରାଯାଇପାରିବ । ଟ୍ରେନ ନିର୍ମାଣ କରୁଥିବା କମ୍ପାନୀ ଫୋର୍ଟସ୍କୁ ୱିଲିୟମ୍ସ ଆଡଭାନ୍ସ ଇଞ୍ଜିନିୟରିଂକୁ ହାସଲ କରି କାର୍ଯ୍ୟ ଆରମ୍ଭ କରିଛି । ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାବେଳେ ଏହି ଟ୍ରେନ ସ୍ୱୟଂଚାଳିତ ଭାବେ ଚାର୍ଜ ହେବ । ଏହାର ଶକ୍ତି କଦାପି ଶେଷ ହେବ ନାହିଁ ।

ଟ୍ରେନରେ ୨୪୪ବଗି ରହିବ । ଯେଉଁଥିରେ ୩୪,୪୦୪ ଟନ ଲୁହାପଥର ରଖାଯିବ । ଏହି କାରଣରୁ ଟ୍ରେନ ଭାରି ହୋଇଯିବ । ଆଉ ଯେତେବେଳେ ଏହା ଖାଲି ହେବ । ଏହା ଚାଲିବ ବେଳେ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଚାର୍ଜ ହେବ । ଫୋର୍ଟସକ୍ୟୁର ସିଇଓ ଏଲିଜାବେଥ ଗେନ୍ସ ଏହି ଟ୍ରେନକୁ ଦୁନିଆର ସର୍ବୋତ୍ତମ ଟ୍ରେନ ବୋଲି ବର୍ଣ୍ଣନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.