କଟକ: ୩ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲେ ଗଛରେ ଚଢି ଯାଇଥିବା ମହିଳା

କଟକ(କେନ୍ୟୁଜ୍): କଟକରେ ଗଛରେ ଚଢି ଯାଇଥିବା ମହିଳା ହେଲେ ଉଦ୍ଧାର। ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ପୋଲିସ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଗଛ ଶିଖରରୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଲେ ମହିଳା। ପାଖାପାଖି ୩ ଘଣ୍ଟାର ପରିଶ୍ରମ ପରେ ମହିଳା ଜଣଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିଛି ଅଗ୍ନିଶମ ବାହିନୀ। ତେବେ ମହିଳା ଜଣକ ମାନସିକ ବିକୃତ କି ସେ ନିଶା କରିଥିଲେ ସେ ନେଇ ପଚରାଉଚରା ପରେ ହିଁ ଜଣା ପଡ଼ିବ ବୋଲି ଅଗ୍ନିଶମ ବାହିନୀ କହିଛି।

ଦିନ ପାଖାପାଖି ୨ ଟା ବେଳେ ମହିଳା ଜଣକ ଚଢ଼ି ଯାଇଛନ୍ତି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବର୍ତ୍ତମାନ ସୁଧା ଉକ୍ତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମହିଳାଙ୍କ ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ମହିଳା ଜଣକ ନିଶା ସେବନ କରିଥାଇ ପାରନ୍ତି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.