Below header

ଲୋକେ କହୁଥିଲେ ପାଗଳ…କିନ୍ତୁ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ରାମେୟା ବିକି ଦେଇଥିଲେ ନିଜର ତିନି ଏକର ଜମି

ଲୋକେ ସବୁବେଳେ ତାଙ୍କ କାମ ଦେଖି ପାଗଳ ପାଗଳ ବୋଲି କୁହନ୍ତି। କିନ୍ତୁ ସେ ବିଶ୍ୱକୁ ସବୁଜ ସୁନ୍ଦର କରିବା ପାଇଁ ବିକି ଦେଇଥିଲେ ନିଜର ୩ ଏକର ଜମି। ପରିବେଶକୁ ସୁନ୍ଦର କରିବା ପାଇଁ ନିଜର ସବୁ କିଛି ତୁଚ୍ଛ କରିଦେଇଥିଲେ। ସମଗ୍ର ବିଶ୍ୱକୁ ସବୁଜ ରଖିବାକୁ ସମସ୍ତେ ଇଚ୍ଛା ରଖିଥାନ୍ତି କିନ୍ତୁ କେତେ ଜଣ କାମରେ ଲଗାନ୍ତି ? ହେଲେ ଏହି ଗଛ, ଲତାପାଖରେ ରହୁଥିବା ଲୋକେ ଜାଣିଥିଲେ ମଞ୍ଜିରୁ ଗଜା ଓ ଗଜାରୁ ଗଛ ହେବାକୁ କେତେ ସମୟ ଲାଗିଥାଏ । ଆଉ ଏହାକୁ ଯିଏ ଲଗାଇ ଥାଏ ସେ କେତେ ପରିଶ୍ରମ କରିନଥିବେ । ଏମିତି ଜଣେ ବୟସ୍କ ବ୍ୟକ୍ତି ଯିଏ ସମଗ୍ର ବିଶ୍ୱର ସବୁଜ କରିବା ପାଇଁ ନିଜ ଜୀବନ ଲଗାଇଦେଇଛନ୍ତି। ଲୋକେ ତାଙ୍କୁ ପାଗଳ ବୋଲି କୁହନ୍ତି। କିନ୍ତୁ ତାଙ୍କ କାମ ବିଷୟରେ ଆପଣ ଶୁଣିଲେ ନିଜକୁ ହୀନମନେ କରିବେ। ବୃଦ୍ଧଙ୍କ ନାଁ ଦାରିପଲ୍ଲୀ ରାମେୟା । ତାଙ୍କୁ ଦୁନିଆ ଟ୍ରି ମ୍ୟାନ ଭାବେ ଜାଣେ । ଏବେ ତାଙ୍କର ବୟସ ୮୩ ବର୍ଷ , ଏବେ ସୁଦ୍ଧା ୧ କୋଟିରୁ ଅଧିକ ଗଛ ଲଗାଇ ସାରିଛନ୍ତି ।

dari

ଗଛଲତା ପୂର୍ଣ୍ଣ ପ୍ରକୃତି ପ୍ରତି ତାଙ୍କର ଏତେ ଆଗ୍ରହ, ଏହାକୁ ଦେଖି ଲୋକେ ତାଙ୍କୁ ପାଗଳ ବୋଲି ସମ୍ୱୋଧନ କରି କୁହନ୍ତି । ହେଲେ ଯେତେବେଳେ ତାଙ୍କୁ ୨୦୧୭ରେ ଭାରତ ସରକାରଙ୍କର ତରଫରୁ ଏହି ମହତ କାମ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିଲା । ସମସ୍ତଙ୍କ ମୁହଁ ବନ୍ଦ ହୋଇଗଲା ।

old

ଏମିତି ନୁହଁ ଯେ , ସେ ହଠାତ୍ ଏତେ ସବୁ ଗଛ ଲଗାଇଦେଲେ । ବାୟୁମଣ୍ଡଳରେ ପ୍ରଦୂଷଣ ବଢ଼ିବା କାରଣରୁ ସେ ଚିନ୍ତିତ ଥିଲେ । ତାଙ୍କ ମନକୁ ଏକ ନୂଆ ଉପାୟ ଆସିଲା । ସେ ନିଜର ଏକ ବ୍ୟାଗରେ ମଞ୍ଜି ଓ ସାଇକେଲରେ ଗଛ ରଖି ଜିଲ୍ଲା ସାରା ବୁଲିଲେ । ଯେଉଁଠି ବି ସେ ଖାଲି ଜାଗା ଦେଖିଲେ ସେଠାରେ ଗଛ ଲଗାଉଥିଲେ । ଏହି ଅଭିଯାନର ଆରମ୍ଭ ସେ ନିଜ ଗାଁ ତେଲେଙ୍ଗାନାର ଖମ୍ମମ ଜିଲ୍ଲାର ରେଡ୍ଡିପଲ୍ଲି ଗାଁରୁ କରିଥିଲେ ।

55

ପ୍ରକୃତି ପ୍ରେମୀ ଦରିପଲ୍ଲୀ ରମେୟା ଖାଲି ଗଛ ଲଗାନ୍ତି ନାହିଁ । ସେ ନିଜେ ଏହାର ଦେଖାଶୁଣା ମଧ୍ୟ କରିଥାନ୍ତି । ଯଦି କୌଣସି ଗଛ ପାଣି ନପାଇ ଶୁଖି ଯାଏ , ତାଙ୍କୁ ଭାରି କଷ୍ଟ ହୁଏ । ସେ ଗଛ ଗୁଡ଼ିକୁ ନିଜ ପିଲା ଭଳି ଯତ୍ନ ନିଅନ୍ତି । ସେ ଗଛ ଲତାଙ୍କ ବିଷୟରେ ଏତେ ଧ୍ୟାନ ଦେଇଛନ୍ତି ଯେ , ତାଙ୍କ ପାଖରେ ୬୦୦ରୁ ଅଧିକ କିସମର ମଞ୍ଜି ରହିଛି । ତାଙ୍କର ଏହି ବୃକ୍ଷ ଲତା ବିଷୟରେ ଥିବା ଜ୍ଞାନ ଅନେକ ଲେଖାପଢ଼ା କରିଥିବା ଓ ପରିବେଶବିତଙ୍କ ଠାରୁ ମଧ୍ୟ ଅଧିକ ।

ବେଶୀ ପାଠ ପଢିନଥିବା ରମେୟା ବୃକ୍ଷରୋପଣ ପ୍ରତି ସଚେତନତା କରିବା ପାଇଁ ନିଜର ତିନି ଏକର ଜମି ବିକ୍ରି କରିଦେଇଥିଲେ । ଆଉ ଏହି ପଇସାରେ ସେ ମଞ୍ଜି ଓ ଗଛ କିଣି ଥିଲେ । ଆଜି ତାଙ୍କର ଏହି କାମ ପାଇଁ ସମସ୍ତଙ୍କ ପାଖରେ ଉଦାହରଣ ସୃଷ୍ଟି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.