Below header

ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ: ପୁଣି ଖଟିଆରେ ବୁହା ହେଲେ ରୋଗୀ

ଚାନ୍ଦବାଲି(କେନ୍ଯୁଜ୍): ପୁଣି ଥରେ ପଦାରେ ପଡିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବିକାଶର ଚିତ୍ର । ଗତ ୧୦ତାରିଖରେ ଗାଁକୁ ଆମ୍ବୁଲାନ୍ସ ନଯିବାରୁ ଖଟିଆରେ ରୋଗୀ ବୁହା ହେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଆଜି ପୁଣି ସେହିଭଳି ଜଣେ କ୍ୟାନସର ରୋଗୀକୁ ଗାଁରୁ ଖଟିଆରେ ବୋହି ବୋହି ଅଣାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ମୁତାବକ ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତର ନୂଆଗାଁକୁ କାଦୁଅ ରାସ୍ତା ହୋଇଥିବାରୁ ଗାଁ କୁ ଯାଇପାରିଲାନାହିଁ ଆମ୍ବୁଲାନ୍ସ। ଏନେଇ ଆମ୍ବୁଲାନ୍ସ ଡ୍ରାଇଭରକୁ ମଧ୍ୟ ନେହୁରା ହେଉଥିବାର ଭିଡିଓ ଭାଇରାଲ ହୋଇଛି। ପରେ ଉକ୍ତ ଗାଁର ଲୋକମାନେ ରୋଗୀକୁ ଗାଁରୁ ଖଟିଆରେ ଶୁଆଇ ବୋହି ବୋହି ରାସ୍ତାକୁ ଆଣିଥିଲେ । ବାରମ୍ବାର ଅଭିଯୋଗ କଲାପରେ ବି ନୂଆଗାଁକୁ ପକ୍କା ସଡକ ହୋଇପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.