Below header

ଜୁଲାଇ ୧୩ ତାରିଖ ସୁଦ୍ଧା ସ୍ୱାଭାବିକଠାରୁ ୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ, ୧୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଜୁଲାଇ ୧୩ ତାରିଖ ସୁଦ୍ଧା ସ୍ୱାଭାବିକଠାରୁ ୨ ପ୍ରତିଶତ ଅଧିକ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ୧୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ଯପଟେ ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ପୁରୀ, କେନ୍ଦ୍ରାପଡ଼ା, ଖୋର୍ଧା, ଯାଜପୁର, କଟକ, ବାଲେଶ୍ବର ଓ ସୋନପୁର ଆଦି ଜିଲ୍ଲାରେ ଜୁନ୍‌ ମାସରୁ ଏଯାଏ ନିଅଣ୍ଟିଆ ବର୍ଷା ହୋଇଛି। ପୁରୀ ଜିଲ୍ଲାରେ ସର୍ବାଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ୧ରୁ ଜୁଲାଇ ୧୩ ତାରିଖ ଯାଏ ପୁରୀରେ ୧୫୧ ମିମି ବର୍ଷା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.