ପ୍ରକଳ୍ପ ପ୍ରତିଷ୍ଠା ବିରୁଦ୍ଧରେ ମେଳି ହୋଇ ଶଙ୍ଖ ବଜାଇ ପ୍ରତିବାଦ କଲେ ଶହଶହ ମହିଳା

ଜଳେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଙ୍ଗୋପସାଗର ଉପକୂଳ ସଂଲଗ୍ନ ଜମ୍ଭିରାଇ, ନୂଆଗାଁ , ବାଲିବିଲ, ବେତଗଡିଆ ଇତ୍ଯାଦି ୬ଟି ପଞ୍ଚାୟତରେ ହେବାକୁ ଯାଉଛି ହଳଦିଆ ପେଟ୍ରୋକେମିକାଲ ଇଣ୍ଟିଗ୍ରେଟେଡ ରିଫାଇନାରୀ ପ୍ଲାଣ୍ଟ। ପ୍ରକଳ୍ପ ପାଇଁ ଗ୍ରୀନ ସିଗନାଲ ଦେଇସାରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ୩ହଜାର ୩୨୦ଏକର ଜମି ଆବଶ୍ଯକ ଥିବା ବେଳେ ଇଡକୋ ଆରମ୍ଭ କରିଛି ଜମି ଅଧିଗ୍ରହଣ କାର୍ଯ୍ଯ। ଏଠାରେ ୭୮ ହଜାର ୨୨୫କୋଟି ଟଙ୍କା ବ୍ଯୟରେ ଏହି ପ୍ରକଳ୍ପ କାର୍ଯ୍ଯକ୍ଷମ ହେଲେ ସିଧାସଳଖ ୧୦ହଜାର ଲୋକ ନିଯୁକ୍ତି ପାଇବା ସହ ୧ଲକ୍ଷ ଲୋକ ରୋଜଗାରକ୍ଷମ ହୋଇପାରିବେ ବୋଲି ଦାବି କରିଛି କମ୍ପାନୀ। ଏଥିପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ଜନଶୁଣାଣୀ ଆରମ୍ଭ କରିଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ଉପକୂଳ ଭିଟାମାଟି ସୁରକ୍ଷା କମିଟି।

jaleswara2ଏହି ଅଞ୍ଚଳ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାକାର ମାଟି ଉର୍ବର । ଯେଉଁକାରଣରୁ ଏଠାରେ ଧାନ, ପାନ, ମୀନ, ନଡ଼ିଆ, ବାଦାମ ପ୍ରଭୁତି ଚାଷ ଖୁବ ଭଲ ହୋଇଥାଏ। ଏହି ସବୁ ଚାଷରୁ ଅଞ୍ଚଳବାସୀ ବର୍ଷ କୁ ୭ଲକ୍ଷ ରୁ ଅଧିକ ଅର୍ଥ ଉପାର୍ଜନ କରି ଏଠାକାର ଲୋକେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ତେଣୁ କୌଣସି ପରିସ୍ଥିତିରେ ବି ଅଞ୍ଚଳବାସୀ ଭିଟାମାଟି ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଆଜି ଏହି ପ୍ରକଳ୍ପ ବିରୁଦ୍ଧରେ ଶହଶହ ମହିଳା ମିଶି ଶଙ୍ଖଧ୍ବନି ଦେବା ସହ ସାମାଜିକ ଦୂରତା ରଖି ପଞ୍ଚାୟତ ପରିକ୍ରମା କରିବା ପରେ ଭିଟାମାଟି ନଛାଡିବାକୁ ବଜ୍ର ଶପଥ ନେଇଥିଲେ। ଶହଶହ ମହିଳାଙ୍କ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ । ଏନେଇ ଯଦି ପ୍ରଶାସନ ଅଞ୍ଚଳବାସୀଙ୍କ ଗୁହାରୀ ନଶୁଣିବେ ତାହାଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.