୧୨ ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ବର୍ଷ ବର୍ଷ ଧରି ହରିଲୁଟ ଅଭିଯୋଗ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତରେ ଖାଉଟି ସାମଗ୍ରୀ ହରିଲୁଟ ଅଭିଯୋଗ। ୧୨ ଜଣ ହିତାଧୀକାରୀଙ୍କ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ବଣ୍ଟନ ଦାୟିତ୍ବରେ ଥିବା ଡିଲର ହଡପ କରିଥିବା ଅଭିଯୋଗ କରିଛନ୍ତି ହିତାଧୀକାରୀ। ଖାଉଟି ସାମଗ୍ରୀ ସହ କରୋନା ମହାମାରି ପାଇଁ ସରକାର ରାସନ କାର୍ଡ ହିତାଧିକାରୀଙ୍କୁ ହଜାରେ ଟଙ୍କା ପ୍ରଦାନ କରିଥିଲେ। ତାକୁ ମଧ୍ୟ କିଛି ହିତାଧିକାରୀଙ୍କୁ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ହିତାଧୀକାରୀ। ଅଭିଯୋଗ ମୁତାବକ ଦୋସିଙ୍ଗା ପଞ୍ଚାୟତର ୧୨ଜଣ ହିତାଧୀକାରୀଙ୍କ ମଧ୍ଯରୁ କାହାର ୨୯ମାସ ତ କାହାର ମାସ ୨୪ ମାସର ରାସନକାର୍ଡ ସାମଗ୍ରୀ ଡିଲର ନଦେଇ କାର୍ଡ ପକାଇଥିବା କହିଛନ୍ତି। ଏନେଇ କିଛି ଦିନ ତଳେ ହିତାଧୀକାରୀ ଅନଲାଇନରେ କାର୍ଡ କଟିନଥିବା ଜାଣିବାକୁ ପାଇଥିଲେ ।

khauti1ଏମିତିକି ମୃତ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଚାଉଳ ଉଠୁଥୁବାର ଜାଣିବାକୁ ମିଳିଛି। ତେବେ ଏନେଇ ହିତାଧୀକାରୀମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚ,ବ୍ଲକ ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ ବି ମିଳିପାରିନାହିଁ ଚାଉଳ। ସୂଚନାଯୋଗ୍ଯ ଏହା ପୂର୍ବରୁ ମଧ୍ୟ ଏହି ଡିଲର କାର୍ଡ ରଖି ହିତାଧିକାରୀଙ୍କୁ ରାସନକାର୍ଡ ଦେଉନଥିବା ଘଟଣା ଧରା ପଡିବା ପରେ ପାଖାପାଖି ୨୫ ମାସର ଚାଉଳ ହିତାଧୀକାରୀଙ୍କୁ ଫେରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.