ଜାଣନ୍ତୁ ସହଦେବୀ ଗଛକୁ ପୂଜା କରିବାର ଉଚିତ୍‌ ତିଥି, ମିଳିବ ଅନେକ ଫାଇଦା

ଧନ ପାଇବା ପାଇଁ ଲୋକ ଅନେକ ଉପାୟ ଆପଣାଇଥାନ୍ତି। କିନ୍ତୁ ଭଗବାନଙ୍କ ନିମିତ୍ତ କିଛି ନିର୍ଦ୍ଦିଷ୍ଟ ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଲାଭ ଶୀଘ୍ର ମିଳିଥାଏ। ସହଦେବୀ ଗଛ ଏମିତି ଏକ ଗଛ ଯାହାର ଉପଯୁକ୍ତ ବ୍ୟବହାର ଦ୍ୱାରା ଭଗବାନ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି। ଯଦି ଏହି ଗଛ ସମ୍ପର୍କରେ ଜାଣିନାହାନ୍ତି ତେବେ ଜାଣି ନିଅନ୍ତୁ।

ଶାସ୍ତ୍ରରେ ମଧ୍ୟ ଏହି ଗଛ ସମ୍ପର୍କରେ ଲେଖାଯାଇଛି। ଧନବାନ ହେବା ପାଇଁ ଏହି ଗଛକୁ ବହୁତ ଖାସ୍‌ ମନାଯାଏ । ଏହାଦ୍ୱାରା ଘରେ ସୁଖ ଶାନ୍ତି ରହିଥାଏ । ଏବେ ଜାଣନ୍ତୁ ଏହାକୁ କିପରି ବ୍ୟବହାର କରାଯାଏ।

ଧନର ଅଭାବକୁ ଦୂର କରିବା ପାଇଁ ନିୟମିତ ଏହି ଗଛକୁ ପୂଜା କରନ୍ତୁ। ପୂଜା କରିବା ଆଗରୁ ଏହାର ମୂଳକୁ ଶୁଦ୍ଧ କରନ୍ତୁ। ଏହାପରେ ସଫା ନାଲି ରେଶମୀ କପଡ଼ାରେ ଏହାକୁ ନିଜ ଲକରରେ ରଖନ୍ତୁ। ଏହି ଉପାୟରେ ଧନର ଅଭାବ ଦୂର ହୁଏ। ଏହାସହ ଧନ ବଢ଼ିଥାଏ ।

ରୋଷେଇ ଘରେ ସହଦେବୀ ଗଛର ମୂଳକୁ ଗଙ୍ଗାଜଳରେ ଶୁଦ୍ଧ କରି ରଖନ୍ତୁ। ଘରେ ଖାଦ୍ୟର ଅଭାବ ଦୂର ହେବ। ଏହାକୁ ଆପଣ ନିଜ ପୂଜା ଘରେ ରଖିପାରିବେ। ଏହାଦ୍ୱାରା ଘରେ ଭଗବାନଙ୍କ କୃପା ଦୃଷ୍ଟି ସବୁବେଳେ ରହିଥାଏ। ଏହାସହ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯାଏ । ଏହାକୁ ପ୍ରତିଦିନ ପୂଜା କରିବା ସମୟରେ ତିଳକ ମାରି ପୂଜା କରନ୍ତୁ। ଶତ୍ରୁଙ୍କଠୁ ଛୁଟକାରା ମିଳିବ।

ମାନ୍ୟତା ଅନୁସାରେ ଏହି ଗଛକୁ ରବି-ପୌଷ୍ୟ ନକ୍ଷ୍ୟତ୍ର, ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ଦିନ ଘରକୁ ଆଣନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାପରେ ଗଙ୍ଗା ଜଳରେ ଶୁଦ୍ଧ କରନ୍ତୁ। ପରେ ପଞ୍ଚାମୃତରେ ସଫା କରି ବିଧିବଦ୍ଧ ରୂପେ ଷୋଡ଼ଶ ଉପଚାର ପୂଜା କରନ୍ତୁ। ଦେଖିବେ ଘରେ ସୁଖ ସମୃଦ୍ଧି ବଜାୟ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.