ଡିଜେ ସଙ୍ଗ୍ ସହ ତାଳ ଦେଇ ନାଚିଲେ ଏସପି ଏବଂ ଇନସ୍ପେକ୍ଟର, ଦେଖନ୍ତୁ ଧମାକେଦାର ଡ୍ୟାନ୍ସ ଭିଡିଓ
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛିନ ମଜାଦାର ଏବଂ ଆଶ୍ଚର୍ୟ୍ୟ କଲା ଭଳି ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଲୋକଙ୍କୁ ବହୁତ ଏଣ୍ଟରଟେନ୍ କରିଥାଏ ତ କିଛି ଭିଡିଓ ଲୋକଙ୍କୁ ଇମୋସନାଲ କରିଥାଏ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଆପଣ ଦେଖିପାରିବେ ଯେ ଦୁଇ ପୋଲିସ ଅଫିସର ଡିଜେ ସଙ୍ଗର ତାଳେ ତାଳେ ଧମାକେଦାର ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ଏହି ଭିଡିଓ ଲୋକଙ୍କ ହୃଦୟ ଜିତୁଛି।
ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଏସପି ଏବଂ ଇନସ୍ପେକ୍ଟର ହରିୟାଣୀ ଡ୍ୟାନ୍ସର ସପନା ଚୌଧୁରୀଙ୍କ ଗୀତ ‘ଗଜବନ୍ ପାନୀ ଲେ ଚାଲୀ’ରେ ବହୁତ ସାନଦାର ଅନ୍ଦାଜରେ ଡ୍ୟାନ୍ସ କରୁଛନ୍ତି। ଭିଡିଓକୁ ଆଇପିଏସ ଅଫିସର ଦୀପାଂଶୁ କାବରା ସେୟାର କରିଛନ୍ତି। ଭିଡିଓରେ ଏସପି ଏବଂ ଇନସ୍ପେକ୍ଟର ଡିଜେ ଫ୍ଲୋରରେ ନିଜ ନାଚ ମାଧ୍ୟମରେ ଧମାଲ ମଚାଉଛନ୍ତି। ପୋଲିସ ବାବୁଙ୍କର ଏହି ଜବରଦସ୍ତ ଡ୍ୟାନ୍ସ ଭିଡିଓକୁ ଲୋକେ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି।
ପୋଲିସ ବାବୁଙ୍କର ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହାକୁ ଲୋକମାନେ ବାରମ୍ବାର ଦେଖୁଛନ୍ତି ଏବଂ ପୋଲିସବାବୁଙ୍କ ଡ୍ୟାନ୍ସକୁ ଖୁବ୍ ପ୍ରଶଂସା କରୁଛନ୍ତି। ଏଥିରେ ୟୁଜର୍ସ ନିଜ ନିଜର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି। ତେବେ ଆପଣ ବି ଥରେ ଦେଖିନିଅନ୍ତୁ ପୋଲିସ ବାବୁଙ୍କର ଏହି ଧମାକେଦାର ଡ୍ୟାନ୍ସ ଭିଡିଓ।
एसपी महोदय के साथ इंस्पेक्टर महोदय ने डीजे फ्लोर पर जलवा बिखेर दिया❤️
Superb……..! ! ! !@ipskabra @ipsvijrk @IPS_Association pic.twitter.com/qW0dbYzDiU— Dr Monika Singh – ਮੋਨਿਕਾ ਸਿੰਘ (@MonikaSingh__) February 25, 2021