ଏବେ ଟ୍ବିଟର ଜରିଆରେ କମାଇପାରିବେ ପଇସା, ଆସିବାକୁ ଯାଉଛି ନୂଆ ଫିଚର Super Follows
ପଇସା କମାଇବାର ବାଟ ଖୋଜୁଛନ୍ତି, ତେବେ ଟ୍ବିଟର ଆପଣଙ୍କ ପାଇଁ ନୂଆ ଫିଚର ଆଣିବାକୁ ଯାଉଛି। ମାଇକ୍ରୋବ୍ଲଗିଂ ଆପ୍ ଟ୍ୱିଟରରେ ଏବେ ଆପଣ ମୋଟା ଅଙ୍କର ରାଶି କମାଇ ପାରିବେ । ଟ୍ୱିଟର ଏବେ ନିଜ ସମସ୍ତ ୟୁଜର୍ସଙ୍କୁ ପଇସା କମାଇବା ପାଇଁ ଏକ ଖାସ୍ Super Follows ଫିଚର ଲଞ୍ଚ୍ କରିବାକୁ ଯାଉଛି ।
ନିକଟରେ ଟ୍ୱିଟର ସୂଚନା ଦେଇଛି ଯେ, ଖୁବଶୀଘ୍ର Super Follows ଫିଚର ଲଞ୍ଚ୍ କରିବାକୁ ଯାଉଛି । ଏହି ଫିଚରର ଖାସ୍ କଥା ହେଉଛି ଯେ, ଆପଣ ନିଜ ଏକ୍ସଟ୍ରା କଣ୍ଟେଣ୍ଟ ପାଇଁ ନିଜ ଫଲୋର୍ସଙ୍କଠୁ ପଇସା ଚାର୍ଜ କରିପାରିବେ ।
ଟ୍ୱିଟରର ଏହି ସୁପର ଫଲୋଜରେ ବୋନସ ଟ୍ୱିଟ୍, କମ୍ୟୁନିଟି ଗ୍ରୁପରେ ଏଣ୍ଟ୍ରି ଓ ନ୍ୟୁଜଲେଟର ପାଇଁ ପଇସା ଚାର୍ଜ କରିହେବ । ଟ୍ୱିଟର ନିଜ ଅନ୍ୟ ସୋସିଆଲ ମିଡିଆ ଆପ୍ସକୁ ଫଲୋ କରିବ । ଫେସବୁକ, ୟୁଟ୍ୟୁବ୍ ଓ ଗିଟହବ୍ ଭଳି ଆପ୍ସ ନିଜ ୟୁଜର୍ସଙ୍କୁ ନିଜେ ମନିଟାଇଜ କରିବା ପାଇଁ ବିକଳ୍ପ ଦେବ । ଏବେ ଟ୍ୱିଟର ମଧ୍ୟ ଏହି ଉପାୟରେ ୟୁଜର୍ସଙ୍କୁ ମନିଟାଇଜ୍ କରିବ । ତେବେ ଏହା ଉପରେ କୌଣସି ଅଫିସିଆଲ ବୟାନ ଜାରି କରାଯାଇନି ।
କମ୍ପାନୀ ୨୦୨୩ ସୁଦ୍ଧା ନିଜ ଆୟ ଦୁଇଗୁଣା କରିବାକୁ ଚାହୁଁଛି । ସେଥିପାଇଁ କମ୍ପାନୀ ଏହି ନୂଆ ଫିଚର ଲଞ୍ଚ୍ କରିବା ପାଇଁ ଯୋଜନା କରିଛି ।