ଟେଲିଗ୍ରାମ ଆଣିଲା ନୂଆ ଫିଚର,ଏବେ ଆପେ ଆପେ ଡିଲିଟ୍ ହୋଇଯିବ ଆପଣ ପଠାଇଥିବା ମେସେଜ୍‌

ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ୍ ଆପ୍ ହ୍ଵାଟସଅପ୍ ପରେ ଏବେ ଟେଲିଗ୍ରାମ୍ ମଧ୍ୟ ନିଜ ୟୁଜର୍ସଙ୍କ ପାଇଁ ବର୍ତ୍ତମାନ ସମୟରେ ମ୍ୟାସେଜେଜ୍ ଆଟୋ ଡିଲିଟ୍ ଫିଚର ଲଞ୍ଚ୍ କରିଛି। ଟେଲିଗ୍ରାମ ଜଣାଇଛି ଯେ ଏବେ ଟେଲିଗ୍ରାମରେ ଚାଟ୍‌, ଗୃପ ଏବଂ ଚ୍ୟାନେଲ ଉପରେ ୟୁଜର୍ସ ମେସେଜକୁ ଆଟୋ ଡିଲିଟ କରିପାରିବେ। ଏହି ଫିଚର ପୂର୍ବରୁ କେବଳ ସିକ୍ରେଟ ଚାଟ୍ସ ପାଇଁ ଥିଲା। ଏହାସହିତ ଟେଲିଗ୍ରାମ ବ୍ରଡକାଷ୍ଟ ଗୃପ, ଏକ୍ସପାୟାରିଙ୍ଗ୍ ଇନଭାଇଟ ଲିଙ୍କ, କ୍ୟୁଆର କୋଡ ଠାରୁ ଇନଭାଇଟ୍ ଲିଙ୍କ କରିବା ଫିଚର୍ସ ଆଣୁଛି। ଯାହାପରେ ଏହା ହ୍ଵାଟସଅପକୁ କଡା ଟକ୍କର ଦେବ।
ସବୁ ଲୋକଙ୍କୁ ପଠାଇଥିବା ମେସେଜ୍ ହୋଇଯିବ ସମ୍ପୂର୍ଣ୍ଣ ଡିଲିଟ୍‌

ଟେଲିଗ୍ରାମ ଜଣାଇଛି ଯେ ୟୁଜର୍ସ ଅଟୋ ଡିଲିଟ୍ ଫିଚର୍ସରେ କୌଣସି ବି ସମୟରେ ଚାଟକୁ ଡିଲିଟ୍ କରିପାରିବେ। ପ୍ଲାଟଫର୍ମରେ ୟୁଜର୍ସ ମେସେଜ୍ ପଠାଇବା ପୁର୍ବରୁ ୨୪ ଘଣ୍ଟା କିମ୍ବା ୭ ଦିନର ଟାଇମର ମଧ୍ୟ ଲଗାଇପାରିବେ। ଏଥିରେ ମେସେଜ୍ ଇଣ୍ଡିଭିଜୁଆଲ୍ ଚାଟ, ଗୃପ ଏବଂ ଚ୍ୟାନେଲରେ ଲିମିଟ୍ ପୂରା ହେବା ପରେ ଆପେଆପେ ଡିଲିଟ୍ ହୋଇଯିବ। ଗୃପ ଏବଂ ଚ୍ୟାନେଲରେ କେବଳ ଆଡମିନ ଏହି ଫିଚରକୁ ଏନାବଲ୍ କରିପାରିବେ।

ଏମିତି ଆକ୍ଟିଭେଟ୍ କରନ୍ତୁ ଟେଲିଗ୍ରାମର ଅଟୋ ଡିଲିଟ୍ ଫିଚର

ଆଣ୍ଡ୍ରଏଡ ଫୋନରେ ଚାଟ କରୁଥିଲେ ଦେଖନ୍ତୁ ଡାହାଣ ଆଡକୁ କ୍ଲିୟର ହିଷ୍ଟ୍ରୀ ଅପସନ୍ ଦେଖାଯିବ। ତାହା ଉପରେ ସିଲେକ୍ଟ କରନ୍ତୁ ଏବଂ ଟାଇମ୍ ଚୟନ କରନ୍ତୁ।

ଆଇଓଏସରେ ମେସେଜ୍ କରୁଥିଲେ ଚାଟ ଉପରେ କିଛି ସମୟ ଆଙ୍ଗୁଳି ଚିପି ରଖନ୍ତଚ। ଏହାପରେ ସିଲେକ୍ଟ ଉପରେ କ୍ଲିକ କରନ୍ତୁ। ଏହାପରେ ଚାଟର ଟପରେ ବାମ ଆଡକୁ କ୍ଲିୟର ଚାଟ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଅଟୋ ଡିଲିଟକୁ ଏନାବଲ କରି ଅବଧି ଚୟନ କରନ୍ତୁ। ଏହାପରେ ଆପଣଙ୍କ ମେସେଜ୍ ଆପେ ଆପେ ଡିଲିଟ୍ ହୋଇଯିବ।

Leave A Reply

Your email address will not be published.