ଚୋରି ହୋଇଗଲା ଲେଡି ଗାଗାଙ୍କ କୁକୁର, ଖୋଜି ଆଣିଦେଲେ ମିଳିବ ୩ କୋଟିରୁ ଅଧିକ ଟଙ୍କା

ହଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଲୋକପ୍ରିୟ ସିଙ୍ଗର ଲେଡି ଗାଗାଙ୍କ ଘର ବାହାରେ ଆକ୍ରମଣ ହୋଇଛି। ଲସ ଏଞ୍ଜେଲସରେ ଲେଡି ଗାଗାଙ୍କ କୁକୁର ବୁଲାଉଥିବା ବ୍ଯକ୍ତିଙ୍କୁ କୌଣସି ଦୁର୍ବୃତ୍ତ ଗୁଳି ମାରିବା ସହିତ ଗାଗାଙ୍କ କୁକୁର ଫ୍ରେଞ୍ଚ ବୁଲଡଗ୍ସଙ୍କୁ ମଧ୍ୟ ଚୋରି କରିନେଇଛି। ଆହତ ହୋଇଥିବା ବ୍ଯକ୍ତିଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି, ତାଙ୍କ ଅବସ୍ଥା ସ୍ଥିର ରହିଛି। ଆଉ ଯଦି କିଏ ଏହି ଚୋରି ହୋଇଥିବା କୁକୁରଙ୍କୁ ଖୋଜି ଆଣିଦିଏ, ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରାଯାଇଛି।

ସୂଚନା ମୁତାବକ, ପୋଲିସ କହିବାନୁସାରେ ରାତି ୧୦ଟା ସମୟରେ ଲେଡି ଗାଗାଙ୍କ କୁକୁର ବୁଲାଉଥିବା ବ୍ଯକ୍ତିଙ୍କ ଉପରେ ଗୁଳିମାଡ ହୋଇଥିଲା। ଦୁର୍ବୃତ୍ତ ଦୁଇଟି ଗୁଳିମାରିବା ପରେ କୁକୁର ମଧ୍ୟ ଚୋରି କରିନେଇଛି। ଏହି ସୁଟର ଜଣକ ସେମି ଅଟୋମେଟିକ ହେଡଗନ୍ ବ୍ଯବହାର କରିଥିଲା।

lady gaga
photo credit: Straits Times

ଲେଡି ଗାଗା ସବୁବେଳେ ନିଜର ଫଟୋ ଏହି କୁକୁର ସହିତ ସୋସିଆଲ ମିଡିଆରେ ସେୟାର କରନ୍ତି। ତେଣୁ ନିଜର ପ୍ରିୟ କୁକୁରକୁ ଖୋଜିଦେଲେ ୩ କୋଟି ଟଙ୍କାର ପୁରସ୍କାର ଦେବେ ବୋଲି ଗାଗା କହିଛନ୍ତି। ଏଥିପାଇଁ ଏକ ଇମେଲ ସେଟଅପ କରିଛନ୍ତି।