ସନି ଲିଓନୀଙ୍କ କାର ନମ୍ବର ଲଗାଇ ବୁଲୁଥିଲେ ବ୍ୟକ୍ତି,ପୋଲିସ ହାତରେ ଧରାପଡି ଅବସ୍ଥା ହେଲା ଏମିତି

ଫିଲ୍ମ ଅଭିନେତ୍ରୀ ସନି ଲିଓନୀଙ୍କ କାର ନମ୍ବରକୁ ବେଆଇନ୍ ଭାବେ ନିଜ ଗାଡିରେ ଲଗାଇ ବୁଲିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା। ମୁମ୍ବାଇ ଟ୍ରାଫିକ ପୋଲିସ ଅଭିଯୁକ୍ତ ବିଜନେସମ୍ୟାନଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି। ଗିରଫ ହୋଇଥିବା ବ୍ୟକ୍ତି ଗତ କିଛି ସମୟ ଧରି ନିଜ ଗାଡିରେ ସନି ଲିଓନୀଙ୍କ କାର ନମ୍ବର ବ୍ୟବହାର କରୁଥିଲା।

suny carତେବେ ଏ ଖବର ସେତେବେଳେ ଜଣାପଡିଲା, ଯେତେବେଳେ ବାରମ୍ବାର ସନି ଲିଓନୀଙ୍କ ଘରକୁ ଇ-ଚାଲାଣ ଆସିବାକୁ ଲାଗିଲା। ସନିଙ୍କ ସ୍ୱାମୀ ଡାନିୟଲ ଏହାର ଅଭିଯୋଗ ଥାନାରେ କଲେ, ଯାହାପରେ ମାମଲାର ଖୁଲାସା ହେଲା। ଅଭିଯୁକ୍ତ ଜଣକ ମହାରାଷ୍ଟ୍ର କାସରଭଡଭଲିର ପୀୟୁଷ ସେନ୍ ବୋଲି ଜଣାପଡିଛି । ସେ ସନ୍ନୀ ଲିଓନୀଙ୍କ ସ୍ୱାମୀ ଡାନୀଏଲ୍ ଙ୍କ କାରର ପଞ୍ଜୀକୃତ ନମ୍ବର ତାଙ୍କ ମର୍ସିଡିଜ୍, ପାଇଁ ବ୍ୟବହାର କରୁଥିଲେ ।

leoneତେବେ ପୋଲିସ ପଚରାଉଚରା କରିବାରୁ ଅଭିଯୁକ୍ତ ଜଣଙ୍କ ଏହା ତାଙ୍କର ଲକି ନମ୍ବର ବୋଲି କହିଥିଲେ। ଆଉ ଜାଣି ନଥିଲେ ଯେ ସେ ବ୍ୟବହାର କରୁଥିବା ନମ୍ବର ଜଣେ ସେଲିବ୍ରିଟିଙ୍କର ବୋଲି। ଏହି ନମ୍ବର ତାଙ୍କୁ ଜଣେ ଆରଟିଓ ଏଜେଣ୍ଟ ଦ୍ୱାରା ପ୍ରଦାନ କରାଯାଇଥିଲା । ଏବେ ଟ୍ରାଫିକ୍ ପୋଲିସ ଆଇପିସିର ଧାରା ୪୨୦, ୪୬୫, ୪୬୮ ଏବଂ ମୋଟର ଭେଇକିଲ ଆକ୍ଟ -୧୩୯ ଅନୁଯାୟୀ ଏକ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.