Below header

ରଖେ ହରି ତ ମାରେ କିଏ, ଦୀର୍ଘ ୧୪ ଘଣ୍ଟା ପ୍ରଶାନ୍ତ ମହାସାଗରରେ ମୃତ୍ୟୁ ସହ ଲଢେଇ କରି ଜୀବିତ ଫେରିଲେ ନାବିକ

କଥାରେ ଅଛି “ରଖେ ହରି ତ ମାରେ କିଏ” । ଏହି ଲୋକବାଣୀ ଆପଣ ଅନେକ ଥର ଶୁଣିଥିବେ ନିଶ୍ଚୟ । ଏହି ଲୋକକଥାର ଅନେକ ପ୍ରମାଣ ମିଳିଥିବା ବେଳେ ନିକଟରେ ଏହି ଲୋକକଥାକୁ ଖାପ ଖୁଆଇବା ଭଳି ଏକ ସମାନ ଧରଣର ଘଟଣା ଘଟିଛି । ଗଭୀର ସମୁଦ୍ର ମଧ୍ୟରେ ଦୀର୍ଘ ୧୪ ଘଣ୍ଟା ବିତେଇବା ପରେ ବି ଇଂଜିନିୟର ଜଣଙ୍କ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ପ୍ରକୃତରେ ପ୍ରଶାନ୍ତ ମହାସାଗରର ଠିକ ମଝିରେ ବିନା ଲାଇଫ ଜ୍ୟାକେଟ ପିନ୍ଧିଥିବା ବେଳେ ଜଣେ ନାବିକ ଜାହାଜରୁ ପଡିଯାଇଥିଲେ । ପାଖରେ କୌଣସି ଆଶ୍ରା ନପାଇ ସମୁଦ୍ରର ଅଳିଆ ଗଦାକୁ ବିକଳରେ ଧରି ପକାଇଥିଲେ ।

pacific

ଏକ ସମ୍ବାଦ ସରବରାହ ସଂସ୍ଥା ତରଫରୁ ମିଳିଥିବା ରିପୋର୍ଟ ମୁତାବକ, ୫୨ ବର୍ଷୀୟ ନାବିକ ଜଣଙ୍କ ସବୁଥର ଭଳି ନ୍ୟୁଜିଲ୍ୟାଣ୍ଡର ତୈରଙ୍ଗା ବନ୍ଦରରୁ ପିଟକର୍ଣ୍ଣ ଦ୍ବୀପକୁ ଯାତ୍ରା କରୁଥିଲେ । କିନ୍ତୁ ହଠାତ କଣ ହେଲା କେଜାଣି ଅଧା ବାଟରୁ ତଳେ ପଡିଯାଇଥିଲେ । ଫଳରେ ଗଭୀର ପାଣିରେ ଆଉ କୌଣସି ବାଟ ନପାଇ ପହଁରିବାକୁ ଲାଗିଲେ । କିଛି ବାଟ ଯିବା ପରେ ଇଂଜିନିୟର ଜଣଙ୍କୁ କିଛି ଦୂରରୁ ଏକ ଛୋଟ କଳା ବିନ୍ଦୁ ନଜର ଆସିଥିଲା | ଏହା ପରେ ସେହି ଦିଗକୁ ପହଁରିବା ଆରମ୍ଭ କରିଦେଲେ । ଗଭୀର ପ୍ରଶାନ୍ତରେ ନିଜ ଜୀବନ ରକ୍ଷା କରିବାକୁ ସଂଘର୍ଷ ଜାରି ରଖିଥିଲେ । ଏହି ନାବିକ ଜଣଙ୍କର ପୁଅ ଗଣମାଧ୍ୟମକୁ ସୂଚନା ଦେବା ସମୟରେ କହିଥିଲେକି ଉଦ୍ଧାର ହେବା ସମୟରେ ତାଙ୍କ ପିତା ପାଖାପାଖି ୨୦ ବର୍ଷରୁ ଅଧିକ ବୟସର ଦେଖାଦେଉଥିଲେ | ଆଉ ଖୁବ ଥକ୍କା ଥକ୍କା ମଧ୍ୟ ଦେଖାଦେଉଥିଲେ ।

ପହଁରି ପହଁରି ବ୍ଲାକ ଡ଼ଟ ପର୍ଯ୍ୟନ୍ତ ପହଂଚିବାରେ ସଫଳ ହୋଇଥିଲେ ମଧ୍ୟ ପରେ ତାହା ଏକ ମାଛ ଧରାଳି ଜାଲ ବୋଲି ଜଣାପଡିଥିଲା । କିନ୍ତୁ ଜୀବନ ବିକଳରେ ତାହାକୁ ଜାବୁଡି ଧରିଥିଲେ । ଏହି ସମୟରେ ସେ ବେହୋସ ହୋଇଯାଇଥିଲେ । କାରଣ ତା ପରେ କଣ ଘଟିଥିଲା ସେସବୁ ତାଙ୍କର କିଛି ମନେ ନଥିଲା । ଜାହାଜର କୃ ମେମ୍ବର ମାନେ ଦୀର୍ଘ ୬ ଘଣ୍ଟା ପରେ ଜାଣିଥିଲେକି ତାଙ୍କ ନାବିକ ଇଂଜିନିୟର ଗାଏବ ଅଛନ୍ତି । ସେତେ ବେଳକୁ ୪୦୦ ନଟିକାଲ ମାଇଲ ଯାଇସାରିଥିଲା ଜାହାଜ । ଏବାବଦରେ ଜାଣିବା ପରେ ଜାହାଜକୁ ସମୁଦ୍ରର ଚାରି ପଟରେ ବୁଲେଇଥିଲେ । ପରେ କୌଣସି ଉପାୟରେ ତାଙ୍କ ଜୀବନ ରକ୍ଷା ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.