ଓଡିଶା ଜଙ୍ଗଲରେ ଦେଖିବାକୁ ମିଳିଲା ବିରଳ କଳାବାଘ, ଭାଇରଲ ହେଉଛି ଫଟୋ

ଓଡିଶା ଜଙ୍ଗଲରେ ଏକ ବିରଳ ବାଘ ଦେଖିବାକୁ ମିଳିଛି। ବାଘ ଶରୀରରେ କଳା କଳା ପଟା ରହିଛି। ଏହି ଫଟୋ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ସୌମେନ ବାଜପେୟୀ ସଉକରେ ଉଠାଇଛନ୍ତି। ବୈଜ୍ଞାନିକଙ୍କ କହିବାନୁଯାୟୀ, ରାଜ୍ୟରେ ଏହିଭଳି କଳା ବାଘ ସଂଖ୍ୟା ୭-୮ ରହିଛି। ଦୁନିଆର କଳା ବାଘ ଜନସଂଖ୍ୟାର ୭୦ ପ୍ରତିଶତ କଳା ବାଘ କେବଳ ଓଡିଶାରେ ହିଁ ଅଛନ୍ତି। ୨୦୦୭ ମସିହାରେ ପ୍ରଥମେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଏହି ବାଘ ଦେଖିବାକୁ ମିଳିଥିଲା।

ଫଟୋଗ୍ରାଫର ସୌମେନ ବାଜପେୟୀଙ୍କ ଘର ପଶ୍ଚିବଙ୍ଗର ପନସୁକୁରାରେ। ସେ ନନ୍ଦନକାନନରେ ଗତ ଫେବ୍‌ଆରୀରେ ଫଟୋ ଉଠାଉଥିବା ବେଳେ ଏହି ବାଘକୁ ଦେଖିଥିଲେ। ଓଡିଶାରେ ଦେଖା ଦେଉଥିବା ଏହି କଳା ବାଘର ନାଁ ମେଲେନିଷ୍ଟିକ ଟାଇଗର (Melanistic Tiger)। ବାଘ ଶରୀରରେ ଥିବା ଏହି କଳା ପଟା ବଂଶଗତ ତ୍ରୁଟି।

odisha tiger

ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଡାକ୍ତରଙ୍କ କହିବାନୁଯାୟୀ, ଇଣ୍ଟରବ୍ରିଡିଙ୍ଗ ଯୋଗୁଁ ଏହି ବାଘଙ୍କ ଶରୀରରେ କଳା ପଟା ଥାଏ। ଏହି ବାଘଙ୍କ ଆକାର ସାଧାରଣ ବାଘ ଠାରୁ ସାନ। ଭାରତରେ ୧୯୯୦ ମସିହାରେ ପ୍ରଥମେ ଏହି ବାଘ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.