Below header

ଭାଇରାଲ ହେଲା ଏହି ସେଲ୍ଫି : ଅନୁପମଙ୍କ ଠାରୁ ଅମିତାଭ, ସବୁଠି ଚର୍ଚ୍ଚା

ଜଣେ ଅଚିହ୍ନା ଫଟୋଗ୍ରାଫରଙ୍କ ଦ୍ବାରା ଉଠାଯାଇଥିବା କିଛି ଛୁଆମାନଙ୍କର ନିରୀହ ଫଟୋ, ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଏହି ଫଟୋରେ କିଛି ଛୁଆ ସେଲ୍ଫି ନେବା ଭଳି ପୋଜ୍ ଦେଇଛନ୍ତି । ତେବେ ସେଲ୍ଫି ନେଉଥିବା ଛୁଆମାନଙ୍କର ହାତରେ ଫୋନ୍ ବଦଳରେ ଚପଲ ରହିଛି । ଏହି ପାଞ୍ଚ ଜଣ ଛୁଆଙ୍କ ଫଟୋକୁ ଅନୁପମ ଖେର, ବୋମନ ଇରାନି ଏବଂ ସୁନିଲ୍ ସେଠୀଙ୍କ ସମେତ ବହୁ ବିଶିଷ୍ଟ କଳାକାରମାନେ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର କରିବାର ପ୍ରଥମ ଚେନ୍ ଆରମ୍ଭ କରିଥିଲେ ଅନୁପମ ଖେର୍ ।


ଯିଏ ଏହି ଫଟୋକୁ ନିଜର ଟ୍ବିଟରରେ ସେୟାର କରିଥିଲେ । ସେ ଫଟୋର କ୍ୟାପସନରେ ଲେଖିଥିଲେ ଜିନିଷ ସେମାନଙ୍କ ପାଇଁ ସର୍ବଶ୍ରେଷ୍ଠ ହୋଇଯାଇଥାଏ ଯାହାକୁ ଜଣାଥାଏ କି ଉକ୍ତ ଜିନିଷଟିକୁ କିଭଳି ଭାବେ ସର୍ବଶ୍ରେଷ୍ଠ କରାଯାଇପାରିବ । ଏହା ବ୍ୟତୀତ ଅନ୍ୟ କଳାକାରମାନେ ଏହି ଫଟୋକୁ ସେୟାର କରିବା ସହିତ ନିଜର ବିଚାର ଉପସ୍ଥାପନ କରିଥିଲେ ।


ଅଭିନେତା ବୋମନ ଇରାନି ଏହି ଫଟୋ ସହିତ ଲେଖିଥିଲେ କି ’’ଆପଣ ସେତିକି ହିଁ ଖୁସି ହୋଇଥାନ୍ତି ଯେତିକି ଆପଣମାନେ ହେବାକୁ ଚାହିଁଥାନ୍ତି , ଏହା ଏକ ଏପରି ଉକ୍ତି ଯାହା ସମସ୍ତଙ୍କ ପାଇଁ ସମାନ ରୂପରେ ସତ ଅଟେ, ମୁଁ ବାଜି ଲଗାଇକି କହିପାରିବି ଯେ ସବୁ ସେଲ୍ଫି ମାନଙ୍କ ଭିତରେ ଏହି ସେଲ୍ଫିଟି ବହୁତ ଲାଇକ୍ ପାଇବା ପାଇଁ ହକଦାର ଅଟେ ‘’।

 

View this post on Instagram

 

Came across this beauuuuuutiful picture which I had to share . “HAPPINESS “ truly a state of mind !!!

A post shared by Suniel Shetty (@suniel.shetty) on

 

ଅଭିନେତା ସୁନିଲ୍ ସେଠୀ ମଧ୍ୟ ଏହି ଫଟୋକୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ସେ ଏହି ଫଟୋଟିର କ୍ୟାପସନରେ ଲେଖିଥିଲେ ’’ଏହି ଫଟୋ ମିଳିଗଲା ଯାହାକୁ ମତେ ସେୟାର କରିବାର ହିଁ ଥିଲା । ଖୁସି ସତରେ ମସ୍ତିସ୍କର ଏକ ଅବସ୍ଥା ଅଟେ’’ ।


କିନ୍ତୁ ଅଭିନେତା ଅମିତାଭ ବଚ୍ଚନଙ୍କର ଏହି ଫଟୋକୁ ନେଇ ଅଲଗା ଏକ ଭାବନା ସାମ୍ନାକୁ ଆସିଛି ଏବଂ ସେ ଏହି ଫଟୋଟିକୁ ସେୟାର କରିବା ବଦଳରେ ଏହାକୁ ନେଇ ନିଜର ବିଚାର ସୋସିଆଲ ମିଡିଆରେ ବର୍ଣ୍ଣନା କରିଥିଲେ ।
ସେ ନିଜର ଏକ ଟ୍ବିଟରେ ଲେଖିଛନ୍ତି,’’ସାଧାରଣ ଲୋକ ଏବେ ଆଉ ସାଧାରଣ ହୋଇ ନାହାନ୍ତି, ସେ ଖାସ୍ ଅଟନ୍ତି । ସେ ସ୍ବୟଂ ନିଜର ପ୍ରଚାର କରିପାରିବେ –ନିଜେ ନିଜର ମାଧ୍ୟମ ହୋଇପାରିବେ । ନିଜ ଆଡକୁ କେମିତି ଧ୍ୟାନ ଆକର୍ଷଣ କରାଯାଇପାରିବ , ସେମାନେ ଶିଖିଯାଇଛନ୍ତି । ଧ୍ୟାନ ଆକର୍ଷଣ କରିବା, ସେମାନଙ୍କର ଅର୍ଥରାଶି, ମୁଦ୍ରା, ଏବଂ ସେମାନଙ୍କ ମୂଲ୍ୟ ହୋଇଗଲାଣି । ସେମାନଙ୍କ ଅସ୍ତ୍ର-ମୋବାଇଲ୍ ! କେତେ ମୋବାଇଲ୍ ଆପଣ ଗଣିପାରିବେ ‘’?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.