ଭୁଲରେ ମଧ୍ୟ ମିସକଲକୁ କରନ୍ତୁ ନାହିଁ ଅଣଦେଖା, ଅଥବା ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖକୁ କୌଣସି ନମ୍ବରରୁ ବାରବାର ମିସ୍ କଲ ଆସୁଛି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ। କାରଣ ଏବେ ଆସିଥିବା ଖବର ମୁତାବକ ଜଣେ ବ୍ୟକ୍ତିଙ୍କ ଫୋନକୁ ୬ଥର ଲଗାତର ମିସ୍ କଲ ଆସିବା ପରେ ତାଙ୍କ ବ୍ୟାଙ୍କଆକାଉଣ୍ଟ ରୁ ସବୁ ଟଙ୍କା ଗାୟବ ହୋଇଯାଇଥିଲା। ଏଣୁ ଏବେ ଆପଣଙ୍କୁ ସତର୍କ କରିବାକୁ ଆମେ ଆପଣଙ୍କ ପାଇଁ ଖବର ଆଣିଛୁ।

ବର୍ତ୍ତମାନ ସମସ୍ତ ଲୋକଙ୍କ ଫୋନ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ଲିକ୍ ହୋଇରହୁଛି। ହ୍ୟାକରସ୍ ମାନେ ଆପଣଙ୍କ ରେଜିଷ୍ଟେସନ ନମ୍ବରରୁ ବ୍ୟାଙ୍କର ସମସ୍ତ ଡ଼ିଟେଲସ୍ ଜାଣିପାରି ମୋବାଇଲ ବ୍ୟାଙ୍କିଂ ଜରିଆରେ ଆପଣଙ୍କର ଲକ୍ଷ ଲକ୍ଷ ଟଙ୍କା ଗାୟବ କରାଯାଉଛି । ଏହି ସମସ୍ତ ଜିନିଷ ସିମ୍ ଖେପ ଜରିଆରେ ହୋଇଥାଏ। ଆସନ୍ତୁ ଜାଣିବା କଣ ରହିଛି ସିମ୍ ଖେପ୍ ପ୍ରକ୍ରିୟା।

smartphone-r

କଣ ସିମ୍ ଖେପ୍ ପ୍ରକ୍ରିୟା :

ଏହି ପ୍ରକ୍ରିୟାରେ ମୋବାଇଲ ନମ୍ବରକୁ ବଦଳାଇ କୌଣସି ଅଲଗା ନମ୍ବର ନିଆଯାଇପାରିବ। ପରେ ଯୋଉ ନମ୍ବର କୁ ଆପଣ ବନ୍ଦ କରିଥାନ୍ତି, ହ୍ୟାକରସ୍ ମାନେ ତାହାର ବ୍ୟବହାର କରି ଅଲଗା ସିମ୍ କାର୍ଡ଼ ନେଇଯାଆନ୍ତି। ମୋବାଇଲ ନମ୍ବରରୁ ଗ୍ରାହକଙ୍କ ସମସ୍ତ ବିବରଣୀ ବାହାର କରିବା ପରେ ହ୍ୟାକରସ୍ ଡ଼କ୍ୟୁମେଣ୍ଟରେ ଥିବା ନମ୍ବରରୁ ଆପଣଙ୍କୁ କଲ୍ କରିଥାଏ। ଯାହାପରେ ସେମାନେ କମ୍ପାନୀ ତରଫରୁ କହୁଛି ଆପଣଙ୍କ ସମସ୍ତ ଡ଼ାଟା କଲେକ୍ଟ କରିଥାନ୍ତି। ହ୍ୟାକର୍ସ ମାନେ ଏକ ଶାନଦାର୍ ଅଫର ସହ ଅଧିକ ସୁବିଧା ପାଇଁ ସିମ୍ ଅପଗ୍ରେଡ଼ କରିବା ପାଇଁ କହିଥାନ୍ତି।

ନିଶ୍ଚିତ ପଢ଼ନ୍ତୁ :ରିଲାଏନ୍ସ ଲିମିଟେଡକୁ ଦେବାଳିଆ ଘୋଷଣା କରିବା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ଅନୀଲ ଅମ୍ବାନୀ

ହ୍ୟାକର୍ସଙ୍କ ଏହି ମିଥ୍ୟାପ୍ରଲୋଭନରେ କିଛି ଲୋକ ଆସି ନିଜର ନମ୍ବର ଦେବା ସହ ସମସ୍ତ ବିବରଣୀ ଦେଇ ଦେଇଥାନ୍ତି।
ଆପଣଙ୍କ ଆଧାରକାର୍ଡ଼ ରୁ ଯେପରି ଆପଣ କେଉଁଠି ରହୁଛନ୍ତି ତାହାର ଠିକଣା ମିଳିଯାଇଥାଏ, ସେହିପରି ଏହା ଜାଣିବା ପାଇଁ ହ୍ୟାକରସମାନେ ପାଖରେ ଥିବା ଟେଲିକମ୍ ସର୍ଭିସ୍ ସେଣ୍ଟରକୁ ଯାଇଥାନ୍ତି ଏବଂ ଆପଣଙ୍କ ନମ୍ବର ବନ୍ଦ ହେବା ପରେ ସେଠାରେ ଡ଼କ୍ୟୁମେଣ୍ଟ ସମିଟ୍ କରି ଅନ୍ୟ ଏକ ସିମ୍ ନେଇଥାନ୍ତି। ଏହାପରେ ଙଞଚ ସାହାଯ୍ୟ ରେ ଲକ୍ଷ ଲକ୍ଷ ଟଙ୍କା ଗାୟବ କରିଦେଇଥାନ୍ତି।
ସୂଚନା : ନିଜକୁ ଠକାମିରୁ ରକ୍ଷା କରିବା ପାଇଁ ଭୁଲରେ ମଧ୍ୟ ଅଜଣା ଅଚିହ୍ନା ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ସୂଚନା ପ୍ରଦାନ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.