Below header

ପାଣିରେ ଶୋଇଥିବା ଆନାକୋଣ୍ଡାର ଫଟୋ ଉଠାଉଥିଲେ ଯୁବକ, ହଠାତ୍‌ ଆକ୍ରମଣ କଲା ସାପ : ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆର ପ୍ରତିଦିନ କିଛି ନା କିଛି ଭାଇରଲ ଭିଡିଓ ଦେଖିବାକୁ ମିଳିଥାଏ। ଆଉ ଅନେକ ସମୟରେ କିଛି ଲୋକ ଭିଡିଓ ବନାଇବା ଚକ୍କରରେ ଏମିତି କିଛି କାମ କରନ୍ତି, ଯେଉଁଥି ପାଇଁ ନିଜ ଜୀବନକୁ ବାଜି ଲଗାଇଦିଅନ୍ତି। ଯାହା ପାଇଁ ତାଙ୍କୁ ପରେ ଅନୁତାପ କରିବାକୁ ପଡିଥାଏ । ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ପାଣି ଭିତରେ ଲୁଚି ରହିଥିବା ଏକ ଆନାକୋଣ୍ଡା ସାପର ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କ ସହ କିଛି ଏପରି ଘଟିଛି ଭିଡିଓ ଦେଖିଲେ ଆପଣ ଜାଣିପାରିବେ।

ଏହି ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଡଙ୍ଗାରେ ଯାଉଥିବା ସମୟରେ ଜଣେ ବ୍ୟକ୍ତି ପାଣି ଭିତରେ ଥିବା ସାପର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି । ତେବେ ପାଣି ଭିତରେ ଥିବା ଏହି ସାପ ହେଉଛି ଆନାକୋଣ୍ଡା । କିନ୍ତୁ ଯେତେବେଳେ ଯୁବକ ଜଣକ କ୍ୟାମେରାକୁ ସାପ ନିକଟକୁ ନେଇଛନ୍ତି, ହଠାତ ପାଣିରେ ଶୋଇଥିବା ଆନାକୋଣ୍ଡା ହଠାତ ବ୍ୟକ୍ତିଙ୍କ ଉପରେ ରାଗି ଯାଉଛି । ଆଉ କ୍ୟାମେରା ଏବଂ ଯୁବକଙ୍କ ଉପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।

ଆକ୍ରମଣ କରିବା ପରେ ନିଜ ସ୍ଥାନରୁ କୁଆଡେ ଗାଏବ ହୋଇ ଯାଉଛି ଆନାକୋଣ୍ଡା । ତେବେ ଏହାର ଲମ୍ବା ୩୦ ଫୁଟ ଏବଂ ଓଜନ ପ୍ରାୟ ୫୫୦ ପାଉଣ୍ଡ ହେବ ବୋଲି ଅନୁମାନ କରାଯାଉଛି ।

 

View this post on Instagram

 

A post shared by João Severino (@lavaginha_)

ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ ହେବା ପରେ ଖୁବ କମ ସମୟ ମଧ୍ୟରେ ଭାଇରଲ ହୋଇଯାଇଥିଲା। ଅନେକ ଲୋକ ଭିଡିଓକୁ ଦେଖିବା ପରେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଆନାକୋଣ୍ଡା ଏପରି ଏକ ସାପ, ଯିଏକି ବଡ ଜନ୍ତୁକୁ ଗିଳିପାରେ। ଆନାକୋଣ୍ଡା ଘୁଷୁରୀ, ହରିଣ, ପକ୍ଷୀ, କଇଁଚ୍ଛ ଇତ୍ୟାଦିକୁ ଗିଳିଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.