Below header

ଆଜି ଇଂଲଣ୍ଡ-ଭାରତ ତୃତୀୟ ଟି-୨୦ ମ୍ୟାଚ୍‌, କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଇଂଲଣ୍ଡରେ ୨ଟି ଟି-୨୦ ମ୍ୟାଚ ଜିତିବା ପରେ ସିରିଜ ଜିତିସାରିଛି ଟିମ୍‌ ଇଣ୍ଡିଆ। ତେବେ ଆଜି ଖେଳାଯିବ ତୃତୀୟ ତଥା ଅନ୍ତିମ ମ୍ୟାଚ୍ । ତେଣୁ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଏଜବାଷ୍ଟୋନରେ ଦ୍ୱିତୀୟ ଟି-୨୦ରେ ଘରୋଇ ଟିମକୁ ୪୯ ରନରେ ହରାଇଛି ଭାରତ । ଟିମ ଇଣ୍ଡିଆର ୧୭୧ ରନ ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ବାହିନୀ ୧୨୧ ରନରେ ଅଲଆଉଟ ହୋଇଛି ।

ଭାରତର ବୋଲିଂ ଆଗରେ ଇଂଲଣ୍ଡ ଟିମ ତିଷ୍ଠି ପାରିନଥିଲେ । ୨୦ ଓଭର ଖେଳିପାରିନଥିଲା ଇଂଲଣ୍ଡ । ଭୁବନେଶ୍ୱର କୁମାର ୩ଟି ଓ୍ଵିକେଟ ନେଇଥିବା ବେଳେ ବୁମରା ଓ ଚହଲଙ୍କୁ ୨ଟି ଲେଖାଏଁ ଓ୍ଵିକେଟ ମିଳିଛି । ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ୮ ଓ୍ଵିକେଟ ହରାଇ ୧୭୦ ରନ କରିଥିଲା । ରବିନ୍ଦ୍ର ଜାଡେଜା ୨୯ଟି ବଲରୁ ୪୬ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୩୧ ଓ ରିଷଭ ପନ୍ତ ୨୬ ରନ କରିଥିଲେ । ରୋହିତ ଶର୍ମାଙ୍କ ନେତୃତ୍ୱରେ କ୍ରମାଗତ ୧୪ଟି ଟି-୨୦ ବିଜୟ ।

ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜାଙ୍କ ସମେତ ଭୁବନେଶ୍ୱର କୁମାର ଏବଂ ୟୁଜବେନ୍ଦ୍ର ଚହଲ ଜବରଦସ୍ତ ଫର୍ମରେ ରହି ବୋଲିଂ ଆଟାକକୁ ଆହୁରି ମଜବୁତ କରିଛନ୍ତି । ସେହିପରି ଅଧିନାୟକ ରୋହିତ ଶର୍ମା ଧିରେ ଧିରେ ଫର୍ମକୁ ଫେରିବା ପାଇଁ ଚେଷ୍ଟା କରୁଛନ୍ତି ।

କିନ୍ତୁ ଦଳ ପାଇଁ ଚିନ୍ତାର ସବୁଠୁ ବଡ କାରଣ ପାଲଟିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ବିରାଟଙ୍କ ଫର୍ମ ଖରାପ ରହିଛି। ଏହା ସହିତ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସେତେଟା ବଡ ରନ କରିବାରେ ସଫଳ ହୋଇନାହାନ୍ତି ।

ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଷନ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ (ୱିକେଟ ରକ୍ଷକ) , ଋଷଭ ପନ୍ତୁ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ , ରବି ବିଷୋଇ , ଯଶପ୍ରୀତ ବୁମରା , ଭୁବନେଶ୍ଵର କୁମାର , ହର୍ଷଲ ପଟେଲ , ଆଭେସ୍ ଖାଁ ଓ ଉମ୍ରାନ୍ ମାଲିକ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.