ବିବାହ ବନ୍ଧନରେ ଆବଦ୍ଧ ହେଲେ ପାୟଲ ଏବଂ ସଂଗ୍ରାମ, ସାଙ୍ଗମାନେ ବଦମାସି କରିବାରୁ ପାୟଲଙ୍କୁ କୋଳରେ ଉଠାଇ ନେଇଗଲେ ସଂଗ୍ରାମ

ପାୟଲ ରୋହତଗୀ ଏବଂ ସଂଗ୍ରାମ ସିଂ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ଦୁହିଁଙ୍କ ଏହି ସ୍ପେଶାଲ୍ ଦିନ ପାଇଁ ଦୀର୍ଘ ସମୟ ଧରି ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଦମ୍ପତିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଫଟୋ ଗୁଡ଼ିକରେ ପାୟଲ କନ୍ୟା ବେଶରେ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ସଂଗ୍ରାମ ମଧ୍ୟ ବହୁତ ଚମତ୍କାର ଦେଖାଯାଉଥିଲେ।

 

View this post on Instagram

 

A post shared by Team Payal Rohatgi (@payalrohatgi)

ପାୟଲ ରୋହତଗୀ ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ପ୍ରଶଂସକ ଏବଂ ସେଲିବ୍ରେଟମାନେ ବହୁତ ପସନ୍ଦ କରିଛନ୍ତି। ପାୟଲ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବିବାହର ବିଭିନ୍ନ ମୁହୂର୍ତ୍ତକୁ ଉପଭୋଗ କରୁଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ପାୟଲ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ପାୟଲ କେ ସଂଗ୍ରାମ।’

 

View this post on Instagram

 

A post shared by Saas Bahu Aur Saazish (@sbsabpnews)


ଆଗ୍ରାସ୍ଥିତ ଜେପୀ ପ୍ୟାଲେସରେ ସଂଗୀତ, ମେହେନ୍ଦି ଏବଂ ହଲଦି ରୀତିନୀତି ଅନୁଷ୍ଠିତ ହୋଇଥିଲା, ଯାହା ପରେ ଏହି ଦମ୍ପତି ଆଗ୍ରାର ବହୁ ପୁରୁଣା ମନ୍ଦିରରେ ହାତଗଣ୍ଠି ପଡିଥିଲା। ଏହା ପରେ ଦୁହେଁ ଦିଲ୍ଲୀ ଏବଂ ମୁମ୍ବାଇରେ ରିସେପ୍ସନ୍ ଦେବେ।
ମେହେନ୍ଦି ଉତ୍ସବରେ ସଂଗ୍ରାମଙ୍କ ସାଙ୍ଗମାନେ ବଦମାସି କରିବାରୁ ପାୟଲଙ୍କୁ କୋଳରେ ଉଠାଇନେଇ ଚାଲିଗଲେ ସଂଗ୍ରାମ। ଯାହାର ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା। ଦୀର୍ଘ ୧୨ ବର୍ଷ ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ବିବାହ କରିଛନ୍ତି।

 

View this post on Instagram

 

A post shared by Gaurav Rohatgi (@_gaurav_)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.