Below header

ସାଲ୍ୟୁଟ ଏହି ବ୍ୟକ୍ତିଙ୍କୁ, ଶୀତରେ ବୁଲା କୁକୁରକୁ କମ୍ପୁଥିବାର ଦେଖି ନିଜ ପୋଷାକ ଖୋଲି ପିନ୍ଧାଇ ଦେଲେ ତାକୁ; ଦେଖନ୍ତୁ ଭିଡିଓ

ଆଜିକାଲିର ସ୍ୱାର୍ଥପର ଦୁନିଆରେ ପଶୁକୁ ସାହାଯ୍ୟ କରିବା ତ ଦୁରର କଥା କେହି ଜଣେ ମଣିଷକୁ ମଧ୍ୟ ତା ବିପଦ ସମୟରେ ଆହା ଟିକେ ବି କରି ନଥାନ୍ତି । କିନ୍ତୁ ଏହି ସ୍ୱାର୍ଥପର ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯିଏ ନିଜ ଠାରୁ ଅଧିକ ପର ବିଷୟରେ ଭାବିଥାନ୍ତି । ଏହିଭଳି ଏକ ବ୍ୟକ୍ତିଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ମନରେ ମଧ୍ୟ ଦୟାଭାବ ସୃଷ୍ଟି ହୋଇଯିବ ।

ଆମ ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ଅଧିକ ରହିଛି । ଅନେକ ସମୟରେ ଏହି ବୁଲା କୁକୁରଙ୍କୁ ଆମେ ରାସ୍ତା କଡରେ ଶୋଇଥିବାର ଦେଖିଥାଉ । ବିଶେଷ କରି ଥଣ୍ଡା ମାସରେ ବାହାରେ ଖାଲି ଦେହରେ ବୁଲୁଥିବା ଏହି ବୁଲା କୁକୁର ମାନଙ୍କ ଅବସ୍ଥା ଖୁବ ଦୟନିୟ ହୋଇପଡେ । ଆପଣ ଦେଖିପାରୁଥିବେ ଏହି ଭିଡିଓରେ ଏହିଭଳି ଏକ ବୁଲା କୁକୁର ରାସ୍ତା କଡରେ ଖୋଲା ଆକାଶ ତଳେ ଶୋଇ ଶୀତରେ ଥରୁଛି । ଏହି ସମୟରେ ଜଣେ ବ୍ୟକ୍ତି ସେଠାକୁ ଆସଛନ୍ତି ଓ ନିଜ ପିନ୍ଧିଥିବା ପୋଷାକକୁ ଖୋଲି ସେହି କୁକୁରଟିକୁ ଅତି ସ୍ନେହର ସହିତ ପିନ୍ଧାଇ ଦେଉଛନ୍ତି ।


ଏହି ଭିଡିଓଟିକୁ ଆଇଏଫସ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି । ସେୟାର କରି ସେ ଏକ ସୁନ୍ଦର କଥାଟିଏ ସେଠାରେ ଲେଖିଛନ୍ତି । ସେ ଲେଖିଛନ୍ତି ଯେ ଯାହା ପାଖରେ ଖୁବ କମ୍‌ ଥାଏ ସେ ବହୁତ ଦେଇ ପାରିଥାଏ । ସୁନାର ହୃଦୟ ଥିବା ଏହି ବ୍ୟକ୍ତି ଜଣକ ବସ ଷ୍ଟପରେ ଏହି କୁକୁରଟିକୁ ଦେଖିଥିଲା ଓ ଶୀତ ଦାଉରୁ ତାକୁ ରକ୍ଷା କରିବା ପାଇଁ ତା ପିନ୍ଧିଥବା ପୋଷାକ ଖୋଲି କୁକୁରକୁ ପିନ୍ଧାଇଥିଲା । ଯଦିଓ ଏହି ଭିଡିଓଟି ଟିକେ ପୁରୁଣା କିନ୍ତୁ ଏବେବି ଏହା ମଣିଷତ୍ତ୍ୱର ଶିକ୍ଷା ପ୍ରଦାନ କରୁଛି । ଏହିଭଳି ଭିଡିଓ ଆମକୁ ଅନେକ କିଛି ଶିକ୍ଷା ଦେଇଥାଏ ।

କିଛି ଦିନ ପୂର୍ବେ ମୁମ୍ବାଇରେ ମଧ୍ୟ ଠିକ ଏହିଭଳି ଏକ ଭିଡିଓ ଭାଇରାଲ ହୋଇଥିଲା । ସେହି ଭିଡିଓଟିରେ ଜଣେ ଦୋକାନି କୁକୁରକୁ ତା ଦୋକାନ ବାହାରେ ଠିଆ ହୋଇ ବର୍ଷାରେ ଓଦା ହେଉଥିବାର ଦେଖିଥିଲା । ଏହା ଦେଖି ସେ ନିଜ ଦୋକାନର କବାଟ ଖୋଲା କରିଦେଇଥିଲା ଯାହା ଫଳରେ କୁକୁରଟି ଦୋକାନ ଭିତରକୁ ଆସି ବର୍ଷା ଦାଉରୁ ରକ୍ଷା ପାଇଥିଲା । ଆପଣ ମଧ୍ୟ ଆପଣଙ୍କ ଆଖପାଖରେ ଅସୁବିଧାରେ ପଡିଥିବା ନିରୀହ ପ୍ରାଣି ମାନଙ୍କୁ ଅଣଦେଖା ନକରି ସେମାନଙ୍କ ସାହଯ୍ୟ କରନ୍ତୁ ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.