ଢେଙ୍କାନାଳ ବାଲିଆକିରି ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ, ଧାନକ୍ଷେତରୁ ଫେରୁଥିବା ବେଳେ ପଡିଯାଇଥିଲେ ହାବୁଡରେ

ଢେଙ୍କାନାଳ: ହାତୀ ଆକ୍ରମଣରେ ଜଣେ ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବାଲିଆକିରି ଗାଁର ସଞ୍ଜୟ ରାଉତ ଧାନକ୍ଷେତରୁ ଗତକାଲି ରାତିରେ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ହୋଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କ୍ଷେତରେ ହାତୀ ପଲ ଧାନ ନଷ୍ଟ କରିଥିବା ଜାଣିପାରି ଗାଁର କିଛି ଲୋକ ସେମାନଙ୍କୁ ଘଉଡ଼ାଇବା ପାଇଁ ଯାଇଥିଲେ । ହେଲେ ଏହି ସମୟରେ ସଞ୍ଜୟ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଏହାକୁ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.