Below header

ଟିକେ ଅସାବଧାନତା ଯୋଗୁ କାର ପାଲଟିଗଲା ଉଡ଼ାଜାହାଜ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସଡ଼କ ସୁରକ୍ଷା ସପ୍ତାହ ଚାଲିଛି। ଲୋକଙ୍କୁ ସୁରକ୍ଷିତ ଭାବେ ରାସ୍ତାରେ ଯାତାୟାତ କରିବାକୁ ଏ ଅବସରରେ ସଚେତନ କରାଯାଉଛି। ମାତ୍ର ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ରାସ୍ତାରେ ଅତି ଅସାବଧାନତା ଭାବେ ଯାତ୍ରା କରୁଛନ୍ତି। ଯାହା ତାଙ୍କ ନିଜ ପାଇଁ ବିପଦ ସୃଷ୍ଟି କରିବା ସହ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କୁ ମଧ୍ୟ ମୃତ୍ୟୁମୁଖକୁ ଠେଲି ଦେଉଛି।

ଦ୍ରୁତଗତି ମହାବିପତ୍ତି, ଏହି କଥା ତ ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ ବର୍ତ୍ତମାନ ଭାଇରାଲ ହେଉଥିବା ଏକ ଭିଡିଓରେ ଦ୍ରୁତଗତି କେତେ ବିପଦଜନକ ହୋଇପାରେ ତାହା ଦେଖିବାକୁ ମିଳିଛି। ଭିଡିଓରେ ଏକ କାର ଖୁବ୍‌ ସ୍ପିଡ୍‌ରେ ଆସି ଏକ କାନ୍ଥ ସହ ପିଟି ହୋଇ ଉପରକୁ ଉଡ଼ିଯାଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଭିଡିଓଟିକୁ ଦୀପାଂଶୁ କାବରା ନାମକ ଜଣେ ୟୁଜର ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓରେ ଦେଖିପାରୁଥିବେ କେମିତି ଦ୍ରୁତ ବେଗରେ କାରଟି ଆସିଲା ଓ ଗୋଲ କାନ୍ଥରେ ବ୍ରେକ୍‌ ଲଗାଇ ନ ପାରିବାରୁ ପିଟି ହୋଇ ସିଧା ଉପରକୁ ଉଠିଗଲା। ଭିଡିଓ ସେୟାର କରି ଦୀପାଂଶୁ କ୍ୟାପସନ୍‌ରେ ଲେଖିଛନ୍ତି, ‘ଦ୍ରୁତ ଗତିରେ ଯିବା ଯୋଗୁ ଗାଡ଼ି ବିମାନ ବନିଗଲା’। ସୋସିଆଲ ମିଡିଆରେ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.