Below header

ଚିକିତ୍ସା ପାଇଁ ବିମାନରେ ଯାଉଥିଲା ୮ ବର୍ଷର ଝିଅ, ହେଲେ ଅଧାବାଟରେ ହୃଦଘାତରେ ଗଲା ଜୀବନ

ଚିକିତ୍ସା ପାଇଁ ଲକ୍ଷ୍ନୌରୁ ମୁମ୍ବାଇ ଯିବା ରାସ୍ତାରେ ଜୀବନ ହାରିଲା ଏକ ୮ ବର୍ଷର କୁନି ଝିଅ । ହୃଦ ଘାତ କାରଣରୁ ତା ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ବାପା ମା’ ଙ୍କ ସହ ବିମାନରେ ଯୋଗେ ଯାଉଥିବା ବେଳେ ଅଧା ବାଟରେ ଝିଅ ଟିର ଦେହ ଗୁରୁତର ହୋଇ ପଡ଼ିଥିଲା । ଫଳରେ ବିମାନକୁ ନାଗପୁର ଠାରେ ଜରୁରୀ କାଳୀନ ଅବତରଣ କରାଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଓ ପରେ ଏକ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ତଥାପି ଝିଅଟିର ଜୀବନ ରକ୍ଷା କରିବା ସମ୍ଭବ ହୋଇପାରିନଥିଲା ।

କହିରଖୁଛୁକି, ମୃତ୍ୟୁ ଘଟିଥିବା ଏହି ଛୋଟ ଝିଅଟି ହେଉଛି ଉତ୍ତରପ୍ରଦେଶ ରାଜ୍ୟ ସିଦ୍ଧାର୍ଥନଗର ଜିଲ୍ଲା ଅନ୍ତର୍ଗତ ସରେଇଖାସ ଗାଁର ମୂଳ ବାସିନ୍ଦା । ବିମାନ ଅଧିକାରୀଙ୍କ ଅନୁଯାୟୀ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଉନ୍ନତ ଚିକିତ୍ସା ପାଇଁ ବାପା, ମା’ ତାକୁ ଏକ ଘରୋଇ ବିମାନ ଯୋଗେ ମୁମ୍ବାଇ ନେଉଥିଲେ । କିନ୍ତୁ ଅଧା ରାସ୍ତାରେ ଝିଅ ଟିର ହୃଦଘାତ ହୋଇଥିଲା । ଏହି ସମୟରେ ସମୟରେ ଝିଅଟି ଅର୍ଦ୍ଧଚେତନ ଅବସ୍ଥାକୁ ଯିବା ସହ ତା ଦେହ ସମ୍ପୂର୍ଣ୍ଣ ରୂପେ ଶୀତଳ ପଡ଼ିଯାଇଥିଲା । ପରିବାରର ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନଥିବା ସହ ବାପା ମଧ୍ୟ ଝିଅର ସ୍ୱାସ୍ଥ୍ୟ ସ୍ଥିତି ନେଇ ସଠିକ ଭାବରେ କହିପାରିନ ଥିଲେ ।

ଯେବେକି ପୂର୍ବରୁ ଝିଅଟି ରକ୍ତହୀନତା ରୋଗରେ ପୀଡିତ ଥିଲା । ତାର ହିମୋଗ୍ଲୋବିନ ମାତ୍ରା ବି ୨.୫ ଗ୍ରାମରୁ କମ ଥିଲା । ୮ ରୁ ୧୦ ଗ୍ରାମ କମ ହିମୋଗ୍ଲୋବିନ ଥିବା ବ୍ୟକ୍ତିଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ଦିଆଯାଏ ନାହିଁ । ଆଉ ବିଶେଷତଃ ଏହି କାରଣରୁ ହିଁ ତା ସ୍ୱାସ୍ଥ୍ୟ ଅଧିକ ବିଗିଡି ଯାଇଥିବା ନେଇ ଅଧିକାରୀ ମାନେ କହିଛନ୍ତି । ତୁରନ୍ତ ଚିକିତ୍ସା ବ୍ୟବସ୍ଥା ନେଇ ନାଗପୁର ସ୍ଥିତ ଏକ ବେସରକାରୀ ହସ୍ପିଟାଲ ସହିତ ବିମାନ ବନ୍ଦର କତୃପକ୍ଷଙ୍କର ପୂର୍ବରୁ ଯୋଗାଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.