Below header

ଆଖି ନାହିଁ ତଥାପି ଏକା ସାଥିରେ ଚଲାଇପାରୁଛନ୍ତି ଦୁଇ ଦୁଇଟି ପିଆନୋ, ମ୍ୟୁଜିକର ଧୂନ ଶୁଣି ଦିଓ୍ଵାନା ହେଲେ ଏଆର ରେହମାନ

ଦୁନିଆରେ ଭଗବାନ କାହାକୁ ଏତେ ଦେଉଛନ୍ତି ତ କାହାକୁ କମ୍‌। କାହାକୁ ସୁନ୍ଦର ତ କାହାକୁ ଦିବ୍ୟାଙ୍ଗ। କିନ୍ତୁ ନିଜର ଅପାରଗତାକୁ ଖାତିର ନ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏକ କୁନି ଝିଅଟି। ଝିଅଟି ଦୃଷ୍ଟିହୀନ ହୋଇ ସୁଦ୍ଧା ଏପରି ସୁନ୍ଦର ଭାବେ ପିଆନୋ ବଜାଉଛନ୍ତି ଯେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପାଟିରୁ ଅଟୋମେଟିକ୍‌ ବାହାରି ପଡିବ ବାଃ ବାଃ।

ଏହି କୁନି ଝିଅଟିର ନାମ ହେଉଛି ସହାନା ନରେନ। ଝିଅଟି ଦୃଷ୍ଟିହୀନ ହେବା ସେତ୍ତ୍ୱ ମଧ୍ୟ କୁନି କୁନି ଦୁଇ ହାତରେ ଦୁଇଟା ପିଆନୋ ଏତେ ସୁନ୍ଦର ବଜାଇ ପାରୁଛନ୍ତି ଯେ ଯାହାକୁ ଦେଖିଲେ ଆପଣ ଏକଦମ୍‌ ଖୁସି ହୋଇଯିବେ। ଝିଅଟି ୨୦୨୦ର ତାମିଲ ଫିଲ୍ମ ‘କୋବରା’ର ସଙ୍ଗ୍‌ ‘ଥୁମ୍ବୀ ଥୁଲ୍ଲାଲ’ର ମ୍ୟୁଜିକ ଦେଇଛି।

arଝିଅଟି ଜବରଦସ୍ତ ଅନ୍ଦାଜରେ ଏଆର ରେହମାନଙ୍କ ଧୁନ ‘ଥୁମ୍ବୀ ଥୁଲ୍ଲାଲ’ର ମ୍ୟୁଜିକ ଦେଇଛି। ଏହି ସୁନ୍ଦର ଭିଡିଓଟି ରେକର୍ଡ ହୋଇ ଟ୍ଵିଟରରେ ସେୟାର କରାଯାଇଥିଲା। ଯାହାକୁ ଦେଖି ଗ୍ରାମୀ ଏବଂ ଏକାଡେମୀ ପୁରଷ୍କାର ବିଜେତା ଏଆର ରେହମାନ ମଧ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏଆର ରେହମାନ ପୋଷ୍ଟକୁ ରିଟ୍ଵିଟ କରି ପ୍ରତିକ୍ରିୟାରେ ଦେଇ କହିଛନ୍ତି, ‘ସହାନାଙ୍କର ଏହା ହେଉଛି ବହୁତ ସୁନ୍ଦର ଭିଡିଓ ଯାହା ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ତାଙ୍କୁ ଏବଂ ତାଙ୍କର ମ୍ୟୁଜିକୁ ଜମେଇକି ପ୍ରଶଂସା କରିଛନ୍ତି।

video courtesy : Celebs Showcase

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.