ତ୍ବଚା ପାଇଁ ଅତ୍ଯନ୍ତ ଲାଭକାରୀ ହୋଇଥାଏ ଭିଟାମିନ-ଇ କ୍ଯାପସୁଲ୍, ଜାଣନ୍ତୁ କିପରି କରିବେ ବ୍ଯବହାର

ଭିଟାମିନ୍-ଇ ଏକ ପ୍ରକାର ଆଣ୍ଟି-ଅକ୍ସିଡେଣ୍ଟ, ଯାହା ଆଖି ହୃଦୟ ଏବଂ ମସ୍ତିଷ୍କ ପାଇଁ ଅନେକ ଲାଭକାରୀ ହୋଇଥାଏ। ଏହାବ୍ଯତୀତ ଭିଟାମିନ-ଇ ଆଣ୍ଟି ଏଜିଂଗ ସମସ୍ଯାରୁ ରକ୍ଷା କରିବାରେ ସାହାଯ୍ଯ କରିଥାଏ। ଆଜ୍ଞା ହଁ ଭିଟାମିନ-ଇ କ୍ଯାପସୁଲ କେବଳ ଆପଣଙ୍କୁ ଯୁବା ରଖିନଥାଏ ବରଂ ଏହାଦ୍ବାରା ଆପଣଙ୍କ ବ୍ରଣ, ଡାର୍କ ସର୍କଲ ଭଳି ସମସ୍ଯା ଦୂର ହୋଇଥାଏ। କେବଳ ଏତିକି ନୁହେଁ ଭିଟାମିନ-ଇ କ୍ଯାପସୁଲ କେଶ ପାଇଁ ମଧ୍ଯ ବହୁତ ଲାଭକାରୀ ହୋଇଥାଏ। ତେବେ

ଆସନ୍ତୁ ଜାଣିବା ଭିଟାମିନ-ଇ କ୍ଯାପସୁଲ ଦ୍ବାରା କେଉଁ କେଉଁ ଳାଭ ମିଳିଥାଏ।

vitamin-e2-ଭିଟାମିନ-ଇକ୍ଯାପସୁଲ ଜେଲ୍ କିମ୍ବା ଏଲୋଭେରା ଜେଲ୍ ସହ ମିଶାଇ ଶୋଇବା ପୂର୍ବରୁ ଲଗାଇ ଶୁଅନ୍ତୁ। ସକାଳୁ ଉଠିବା ପରେ ଏହାକୁ ସାଧା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ବାରା ଆପଣ ଆଣ୍ଟ-ଏଜିଂଗ ସମସ୍ଯାରୁ ରକ୍ଷା ପାଇପାରିବେ।

-ଭିଟାମିନ-ଇ ଏବଂ ବାଦାମ ତେଲକୁ ମିଶାଇ ଶୋଇବା ପୂର୍ବରୁ ଆଖି ତଳେ ଲଗାନ୍ତୁ। ପ୍ରତ୍ଯେକ ଦିନ ଏପରି କରିବା ଦ୍ବାରା ଡାର୍କ ସର୍କଲ ସମସ୍ଯା ଦୂର ହୋଇଥାଏ।

-ଭିଟାମିନ-ଇ ରେ ଏକ ଟିସ୍ପୁନ୍ ଭ୍ଯାସଲୀନ ମିକ୍ସ କରି ରାତିରେ ଶୋଇବା ପୂର୍ବରୁ ଗୋଇଠିରେ ଲଗାନ୍ତୁ। ଏପରି କରିବା ଦ୍ବାରା ଗୋଡ ଫାଟିବା ସମସ୍ଯା ଦୂର ହୋଇଥାଏ।

vv-ଭିଟାମିନ-ଇ ଜେଲ୍, ଅଳ୍ପ କିଛି ମହୁ ମିଶାଇ ଓଠରେ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠର ଶୁଷ୍କପଣ ଦୂର ହେବା ସହ ନରମ ହୋଇଥାଏ।

-ଏଥିସହ ଏହା ଏକ ଉତ୍ତମ କ୍ଲିଂଜର, ଯାହା ତ୍ବଚାର ଡେଡ୍ ସ୍କିନ୍ ସେଲକୁ ବାହାର କରିବାରେ ସାହାଯ୍ଯ କରିଥାଏ।

v1-ଏହି କ୍ଯାପସୁଲ ସାହାଯ୍ଯରେ ଆଇବ୍ରୋ ମସାଜ୍ କରିବା ଦ୍ବାରା ଆଇବ୍ରୋର ଗ୍ରୋଥ ବଢିଥାଏ।

-ଦହିରେ ଭିଟାମିନ-ଇ କ୍ଯାପସୁଲ ମିଶାଇ କେଶର ମୂଳରେ ଲଗାଇ ପାରିବେ। ଆପଣ ଚାହିଁଲେ ମଧ୍ଯ ଦହି ବଦଳରେ ନଡ଼ିଆ ତେଲ ବ୍ଯବହାର କରିପାରିବେ। ଏହାଦ୍ବାରା କେଶ ଜନିତ ସମସ୍ଯା ଦୂର ହେବା ସହ କେଶ ସାଇନିଂ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.