Below header

ଲଞ୍ଚ ହେଲା ‘Indravajra’ ଆପ୍‌, ବଜ୍ରପାତ ପଡିବା ୪୫ ମିନିଟ୍‌ ଆଗରୁ କରିବ ସତର୍କ

ଗତ ମାସରେ ବିଜୁଳି ଘଡଘଡି ପଡିବା ଯୋଗୁଁ ୧୦୦ରୁ ଉର୍ଦ୍ଧ୍ୱ ଲୋକ ବିହାରରେ ମୃତ୍ୟୁବରଣ କରିଥିଲେ। ଏହାପରେ ବିହାର ସରକାର ପାଣିପାଗକୁ ନେଇ ସର୍ତକ ସୂଚନା ଜାରି କରିଥିଲେ। କିପରି ଲୋକେ ଏଥିରୁ ବର୍ତ୍ତିପାରିବେ ସେ ବିଷୟରେ ଚିନ୍ତା କରିଥିଲେ। ଏଥିପାଇଁ ବିହାର ସରକାର ବିପର୍ଯ୍ୟୟ ପ୍ରବନ୍ଧନ ଟିମ୍‌ ପକ୍ଷରୁ ‘ଇନ୍ଦ୍ରବଜ୍ର’ ନାମକ ଏକ ମୋବାଇଲ ଆପ୍‌ ଲଞ୍ଚ କରିଛନ୍ତି।

ଲୋକ ଉପରେ ବିଜୁଳି ପଡିବାର ୪୫ ମିନିଟ୍‌ ଆଗରୁ ଜଣାଇଦେବ ଏହି ଆପ୍‌। ସବୁଠାରୁ ଖାସ୍‌ କଥା ହେଲା, ଏହା ଜଣାଇବା ପାଇଁ ଆଲର୍ଟ ଭାବେ ଆପଣଙ୍କ ସ୍ମାର୍ଟଫୋନରେ ରିଙ୍ଗଟୋନ ଭଳି ବାଜି ଉଠିବ। ବିହାର ସରକାର ରାଜ୍ୟର ଲୋକଙ୍କୁ ଏହି ଆପ୍‌ ଅଧିକରୁ ଅଧିକ ଡାଉନଲୋଡ କରିବା ପାଇଁ ନିବେଦନ କରିଛନ୍ତି। ଆସନ୍ତୁ ଜାଣିବା ଏହି ଆପ୍‌ ବିଷୟରେ…

କିପରି କରିବେ ଇନଷ୍ଟଲ :

ଏହି ଆପ୍‌କୁ ଇନଷ୍ଟଲ କରିବା ପାଇଁ ଗୁଗଲ ପ୍ଲେ ଷ୍ଟୋରରୁ ଆଣ୍ଡ୍ରଏଡ ମୋବାଇଲରେ ଡାଉନଲୋଡ କରିପାରିବେ। ଗୁଗଲ ପ୍ଲେ ଷ୍ଟୋରକୁ ଯାଇ indravajra ସର୍ଚ୍ଚ କରନ୍ତୁ। ଆପ୍‌ ଡାଉନଲୋଡ ହେବା ପରେ ମୋବାଇଲ ନମ୍ବର ଜରିଆରେ ରେଜିଷ୍ଟ୍ରସନ କରିବାକୁ ହେବ।

thunderstrom

ରେଜିଷ୍ଟ୍ରସନ ପରେ ଆପ୍‌ ଲୋକେସନ ପରମିଶନ ଦେବାକୁ ହେବ। ଏହାପରେ ଆପ୍‌ କାମ କରିବା ଆରମ୍ଭ କରିବ। ଏହା ଆପଣଙ୍କ ଲୋକେସନର ୨୦ କିଲୋମିଟର ଭିତରେ ବିଜୁଳି ପଡିବାକୁ ଥିଲେ ୪୦ରୁ ୪୫ ମିନିଟ ପୂର୍ବରୁ ସତର୍କ ସୂଚନା ଦେବ। ଏହି ଆପ୍‌କୁ ଏପର୍ଯ୍ୟନ୍ତ ଲକ୍ଷେ ଲୋକରୁ ଉର୍ଦ୍ଧ୍ୱ ଲୋକ ଡାଉନଲୋଡ କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.