Below header

ପୁନର୍ଜନ୍ମ ପରେ କ’ଣ ଆତ୍ମାକୁ ଶ୍ରାଦ୍ଧ ମିଳିଥାଏ, ଜାଣନ୍ତୁ ପୁନର୍ଜନ୍ମ ସମ୍ପର୍କରେ କିଛି ରହସ୍ୟ ତଥ୍ୟ

ପୁନର୍ଜନ୍ମ ସମ୍ପର୍କରେ ଗୀତାରେ କୁହାଯାଇଛି ‘ ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ନାତି ନରୋଽପରାଣି । ତଥା ଶରୀରାଣି ବିହାୟ ଜୀର୍ଣ୍ଣା ନ୍ନ୍ୟନ୍ୟାନି ସଂଯାତି ନବାନି ଦେହୀ ।।’ ଅର୍ଥାତ୍‌ ଯେପରି ମନୁଷ୍ୟ ପୂରୁଣା ବସ୍ତ୍ର ତ୍ୟାଗକରି ଅନ୍ୟ ନୂଆ ବସ୍ତ୍ର ଧାରଣ କରେ, ସେହିପରି ଜିବାତ୍ମା ପୂରୁଣା ଶରୀରକୁ ତ୍ୟାଗ କରି ଆଉ ଏକ ନୂଆ ଶରୀର ଧାରଣ କରିଥାଏ ।

ହିନ୍ଦୁ ଧର୍ମରେ ପୁନର୍ଜନ୍ମରେ ବିଶ୍ୱାସ କରାଯାଇଥାଏ । ତେଣୁ ମୃତ୍ୟୁ ପରେ ବ୍ୟକ୍ତିର କର୍ମ ଅନୁଯାୟୀ ଅନ୍ୟ ଯୋନିରେ ସ୍ଥାନ ମିଳିଥାଏ । ଭଲ କର୍ମ କରିଥିଲେ ପିତୃଲୋକ କିମ୍ବା ଦେବଲୋକରେ କିଛି କାଳ ରହି ପୁଣି ମଣିଷ ଯୋନିରେ ଜନ୍ମ ନେଇଥାଏ । ଯେଉଁମାନେ ପ୍ରେତ ଯୋନି କିମ୍ବା ପିତୃଲୋକ ଯାଇଥାନ୍ତି ସେମାନଙ୍କ ଲାଗି ଶ୍ରାଦ୍ଧ କର୍ମ କରାଯାଇଥାଏ । କିନ୍ତୁ ଯେଉଁମାନେ ପୁନର୍ଜନ୍ମ ନେଇଥାନ୍ତି ସେମାନଙ୍କୁ କ’ଣ ଶ୍ରାଦ୍ଧର ଫଳ ମିଳିଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ କ’ଣ କୁହେ ଶାସ୍ତ୍ର ।

soul-1

୧.ପ୍ରେତ ଯୋନି : ମୃତ୍ୟୁ ପରେ ମନୁଷ୍ୟର ବିଭିନ୍ନ ପ୍ରକାର ଗତି ହୋଇଥାଏ । ପ୍ରେତ ଯୋନିରେ ଯିବା ଏକ ଦୁର୍ଗତି ବୋଲି ଧରାଯାଏ । ଶ୍ରାଦ୍ଧ ଓ ତର୍ପଣ ଦ୍ୱାରା ପିତୃପୁରୁଷଙ୍କୁ ମୁକ୍ତି ମିଳିବାରେ ସହାୟତା ହୋଇଥାଏ । ଆମର ଯେଉଁ ପୂର୍ବଜମାନେ ପିତୃଲୋକ ଯାଇ ପାରନ୍ତି ନାହିଁ କିମ୍ବା ପୁନର୍ଜନ୍ମ ଲାଭ କରି ନଥାନ୍ତି ଏପରି ଆସକ୍ତ ଓ ଅତୃପ୍ତ ଆତ୍ମାର ମୁକ୍ତି ପାଇଁ ଗୟାରେ ମୁକ୍ତି ତୃପ୍ତି କର୍ମ ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ । କୁହାଯାଏ ଗୟାରେ ପିଣ୍ଡ ଦାନ ପରେ ଅନ୍ତିମ ଶ୍ରାଦ୍ଧ ବଦରିକା କ୍ଷେତ୍ର ‘ବ୍ରହ୍ମକପାଳୀ’ ଠାରେ କରାଯାଇଥାଏ । ଯାହାଦ୍ୱାରା ଆତ୍ମା ପ୍ରେତ ଯୋନିରୁ ମୁକ୍ତି ପାଇ ମନୁଷ୍ୟ ଯୋନିରେ ଜନ୍ମ ନେଇଥାଏ । କିମ୍ବା କିଛି କାଳ ପାଇଁ ପିତୃଲୋକ ଯାଇଥାନ୍ତି ।

pinda

୨.ପିତୃଲୋକରେ ପିତୃ : କୁହାଯାଏ ପିତୃଲୋକରେ ଆତ୍ମା ପହଞ୍ଚିବା ବହୁତ ସୈାଭାଗ୍ୟର କଥା । ସେଠାରେ ଆତ୍ମା ପୂର୍ବଜଙ୍କ ସହ ମିଶିବା ପରେ ସମସ୍ତ ଶୋକ ସନ୍ତାପରୁ ମୁକ୍ତ ହୋଇ କିଛି କାଳ ରହିବା ପରେ ପୁର୍ନବାର ମଣିଷ ଯୋନିରେ ଜନ୍ମ ନେଇଥାଏ । ଯେତେବେଳେ ଆମର ଏଠି ପିତୃପକ୍ଷ ଆରମ୍ଭ ହୁଏ ଆମର ପତୃଲୋକ ତାଙ୍କର ବଂଶଜକୁ ଦେଖିବା ପାଇଁ ଧରାପୃଷ୍ଠକୁ ଆସିବା ସହ ଶ୍ରାଦ୍ଧ ଗ୍ରହଣ କରି ଆଶିର୍ବାଦ ଦେଇ ଯାଇଥାନ୍ତି ।

୩.ପୁନର୍ଜନ୍ମ ନେଉଥିବା ପୂର୍ବଜ : ଯଜୁର୍ବେଦରେ କୁହାଯାଇଛି, ଶରୀର ଛାଡିବା ପରେ ଯେଉଁମାନେ ତପ ଧ୍ୟାନ କରିଥାନ୍ତି ସେମାନେ ବ୍ରହ୍ମ ଲୀନ ହୋଇଯାଆନ୍ତି । କିଛି ସତକର୍ମ କରିଥିବା ଭକ୍ତ ସ୍ୱର୍ଗ ପ୍ରାପ୍ତ କରିଥାନ୍ତି । ରାକ୍ଷସ କର୍ମ କରିଥିବା ଲୋକ ପ୍ରେତ ଯୋନୀରେ ଅନ୍ତକାଳ ପର୍ଯ୍ୟନ୍ତ ରହିଥାନ୍ତି । କିଛି ପୁନର୍ବାର ପୃଥିବୀରେ ଜନ୍ମ ଗ୍ରହଣ କରିଥାନ୍ତି । ହେଲେ ମନୁଷ୍ୟ ଯୋନିରେ ନ ହୋଇ ଅନ୍ୟ ଯୋନିରେ ଜନ୍ମ ନେଇଥାନ୍ତି । ତେଣୁ ଜନ୍ମ ନେଲେ ବି ଏମାନେ ବଂଶଜଙ୍କ ଦ୍ୱାରା ଦିଆଯାଉଥିବା ଶ୍ରାଦ୍ଧ ପାଇଥାନ୍ତି ।

pinda

ଶାସ୍ତ୍ରରେ ଆହୁରି ମଧ୍ୟ କୁହାଯାଇଛି ଆମେ ଅଗ୍ନିକୁ ଦେଉଥିବା ଅନ୍ନ ଜଳକୁ ଅଗ୍ନି ଆମ ପିତୃ ପୁରୁଷଙ୍କ ପାଖରେ ପହଞ୍ଚାଇ ତାଙ୍କୁ ତୃପ୍ତ କରିଥାନ୍ତି । ଶ୍ରାଦ୍ଧରେ ଶ୍ରଦ୍ଧାରେ ଦିଆଯାଉଥିବା ଭୋଜନ ସୂକ୍ଷ୍ମ ଅଂଶରେ ପରିଣତି ହୋଇ ବର୍ତ୍ତମାନ ଯୋନିରେ ଜନ୍ମ ନେଇଥିବା ପ୍ରାଣିକୁ ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ଉକ୍ତ ପ୍ରାଣି ତୃପ୍ତ ହୋଇଥାଏ ।

୪. ଯମଲୋକକୁ ଯାତ୍ରା : ଆତ୍ମା ୧୭ ଦିନ ପର୍ଯ୍ୟନ୍ତ ଯାତ୍ରାକରି ୧୮ ଦିନରେ ଯମପୁର ପହଞ୍ଚିଥାଏ । ଗରୁଡ଼ ପୁରାଣ ଅନୁଯାୟୀ ଯମପୁରୀର ଏହି ରାସ୍ତାରେ ବୈତରଣୀ ନଦୀର ଉଲ୍ଲେଖ ରହିଛି । ବୈତରଣୀ ନଦୀ ବିଷ୍ଠା ଓ ରକ୍ତରେ ପୂର୍ଣ୍ଣ ଥାଏ । ଯେଉଁମାନେ ଗୋ ଦାନ କରିଥାନ୍ତି ସେମାନେ ଏହି ବୈତରଣୀ ନଦୀକୁ ସହଜରେ ପାର୍‌ ହୋଇଯାଇଥାନ୍ତି । ନଚେତ ଆତ୍ମା ଏହି ନଦୀରେ ବୁଡ଼ୁଥାଏ । ଯମପୁରରେ ପହଞ୍ଚିବା ପରେ ଆତ୍ମା ‘ପୁଷ୍ପୋଦକ’ ନାମକ ଆଉ ଏକ ନଦୀ ପାଖରେ ପହଞ୍ଚିଥାଏ । ଏହି ନଦୀର ପାଣି ସ୍ୱଚ୍ଛ ଓ ପଦ୍ମରେ ପୂର୍ଣ୍ଣ ଥାଏ । ଆତ୍ମା ସେଠାରେ କିଛି କ୍ଷଣ ବିଶ୍ରାମ ନେଇଥାଏ । ଏହି ସମୟରେ ପରିବାର ଦ୍ୱାରା ଦିଆଯାଇଥିବା ପିଣ୍ଡ ପାଇ ଶକ୍ତି ପ୍ରାପ୍ତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.