ରାଜଧାନୀରେ ସର୍ବକାଳୀନ ରେକର୍ଡ କଲା କରୋନା, ୨୪ ଘଣ୍ଟାରେ ୩୮୬ ନୂଆ ପଜିଟିଭ କେସ୍

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୮୬ ନୂଆ କରୋନା ଆକ୍ରାନ୍ତ ଚିନ୍ହଟ । ଏନେଇ ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ । ଏହାକୁ ମିଶାଇ ସହରର ମୋଟ ଆକ୍ରାନ୍ତ ସଂଖ୍ୟା ୮୬୪୭କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୩୪୭୮ ଟି ଆକ୍ଟିଭ କେଶ ଥିବା ବେଳେ ୫୨୨୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏଯାବତ ୩୬ ଜଣଙ୍କ ଜୀବନ କରୋନା କାରଣରୁ ଯାଇଥିବା ଜଣାଯାଇଛି । ଆଜିର ଚିନ୍ହଟଙ୍କ ମଧ୍ୟରୁ ୧୮୩
ଜଣ ପୂର୍ବରୁ କ୍ଵାରେଣ୍ଟୀନ ସେଣ୍ଟରରେ ଥିବା ୨୦୩ ଜଣ ଲୋକାଳ କଣ୍ଟକଟରୁ ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ଆସିଛି । ଯେବେକି ୧୮୦ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ୩ ଜଣଙ୍କର ପୂର୍ବରୁ ଟ୍ରାଭେଲ ହିଷ୍ଟ୍ରୀ ଥିବା ଜଣାଯାଇଛି ।

ଜଣାଇ ରଖିବା ଉଚିତ ହେବାଯେ, ଆଜି ପୂର୍ବାହ୍ନ ସମୟରେ ଖୋର୍ଦ୍ଧା ଜିଲ୍ଲାରୁ ୫୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ୩୮୬ ଜଣ ରାଜଧାନୀ ବାସୀ ଅଟନ୍ତି । ଯେବେକି ରାଜଧାନୀର ୨୦୩ ଜଣ ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି । ପଜିଟିଭ ଚିନ୍ହଟ ହେବା ପରେ ସେମାନେ ସହରର ବିଭିନ୍ନ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହୋଇ ଆସୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.