Below header

ଓଡିଶା କ୍ରାଇମବ୍ରାଞ୍ଚ ଏସଟିଏଫକୁ ବଡ ଧରଣର ସଫଳତା,ଜଳେଶ୍ୱର ଜମଲପୁରରୁ ୪ କେଜି ୨୫ ଗ୍ରାମ ବ୍ରାଉନସୁଗର ଜବତ

କଟକ(କେନ୍ୟୁଜ୍):  ଓଡିଶା କ୍ରାଇମବ୍ରାଞ୍ଚ ଏସଟିଏଫକୁ ବଡ ଧରଣର ସଫଳତା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଜମଲପୁରରୁ ୪ କେଜି ୨୫ ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ଗତ ୮ ମାସ ମଧ୍ୟରେ ଏସଟିଏଫ ୨୦ କିଲେ ୭୩୬ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ବେଳେ ଏନେଇ ୨୨ ଟି ମାମଲା ରୁଜୁ କରି ୪୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ଗତ ୮ ବର୍ଷ ମଧ୍ୟରେ ଓଡିଶାରେ ମୋଟ ଯେତିକି ବ୍ରାଉନସୁଗର ଜବତ ହୋଇଥିଲା ଏସଟିଏଫ ଚଳିତ ବର୍ଷ ତାଠାରୁ ଅଧିକ ଜବତ କରିପାରିଛି। ବ୍ରାଉନସୁଗର ଓ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୋଲିସ ସମ୍ପୂର୍ଣ୍ଣ ଉଦ୍ୟମ ଜାରି ରଖିଥିବା କହିଛନ୍ତି ପୋଲିସ ଡିଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.