କେବେ ଭାବିଛନ୍ତି ରାମାୟଣରେ ରାବଣର ବଧ ହେଲା ପରେ ସୃପଣଖା କୁଆଡେ ଗଲା ?

ବାଲ୍ମିକୀ ରାମାୟଣ ବା ଅନ୍ୟ ରାମାୟଣରେ ରାବଣ ବଧ ପରେ ସୃପଣଖାଙ୍କର ପ୍ରସଙ୍ଗ କେଉଁଠି ବି ବର୍ଣ୍ଣିତ ନାହିଁ। କିନ୍ତୁ ଏମିତି କୁହାଯାଏ ଯେ ସୃପଣଖା ଭଗବାନଙ୍କ ରୂପର ଅନେକ ଜନ୍ମ ପୂର୍ବର ଅଟନ୍ତି। ଥରେ ସୃପଣଖା କୌଣସି ଏକ ମୁନୀଙ୍କ ଆଶ୍ରମକୁ ଯାଇଥିଲେ। ସେ ମୁନୀଙ୍କୁ ପଚାରିଲେ ଯେ କଣ ଆପଣ କେବେ ଭଗବାନଙ୍କୁ ଦେଖିଛନ୍ତି ନା ଏମିତିରେ ଜପ-ତପରେ ବ୍ୟସ୍ତ ରହୁଛ। ମୁନୀ ସୃପଣଖାଙ୍କ ଉପରେ ରାଗିଗଲେ ଏବଂ କହିଲେ ଯେ ମୁଁ ଭଗବାନଙ୍କୁ ଦେଖିଛି। ସେ ତ ପ୍ରେମ ଏବଂ ଭଲପାଇବାରେ ମିଳିଥାନ୍ତି।

ସୃପଣଖା ମୁନୀଙ୍କୁ କହିଲେ ମୋତେ ବି ଭଗବାନ ଦେଖାଦେବେ ? ମୁନୀ କହିଲେ ଅବଶ୍ୟ ଦେଖାଦେବେ, ଭଗବାନ ତୁମକୁ ବର୍ତ୍ତମାନ ଜଙ୍ଗଲରେ ଦଣ୍ଡକ ବଣରେ ମିଳିବେ, ତୁମକୁ ତାଙ୍କ ଦର୍ଶନ ମିଳିବ। କିନ୍ତୁ ତୁମେ ତାଙ୍କର ଦର୍ଶନ ପାଇ ତାଙ୍କୁ ଭକ୍ତି ମାଗିବ। ସୃପଣଖା କିନ୍ତୁ ମୁନୀଙ୍କ କଥା ଗଭୀରତାରେ ନେଲେ ନାହିଁ ଏବଂ ସେ ଦଣ୍ଡକ ବଣକୁ ଗଲେ। ହଠାତ ତାଙ୍କୁ ଏକ କୁଡ଼ିଆ ଦେଖାଗଲା ଏବଂ ସେଠାରେ ତାକୁ ଭଗବାନ ଶ୍ରୀରାମଙ୍କ ଦର୍ଶନ ମିଳିଲା। ସୃପଣଖା ରାମଙ୍କର ସୁନ୍ଦର ରୂପ ଦେଖି ମୋହିତ ହୋଇଗଲା । ସେତେବେଳେ ସେ ମୁନୀଙ୍କ କଥା ଭୁଲିଗଲେ ଯେ ଶ୍ରୀରାମ ଭଗବାନ ମଧ୍ୟ ହୋଇ ପାରିଥାନ୍ତି। ଏହିଭଳି ଭାବେ ଭଗବାନଙ୍କ ଦର୍ଶନ ମିଳିବା ପରେ ମଧ୍ୟ ତାଙ୍କୁ ପ୍ରଣୟ ନିବେଦନ କଲେ ଏବଂ ଭକ୍ତି ମାଗିବା ଭୁଲିଗଲେ।

shrupanakhaଏହିଭଳି ଭାବେ ରାବଣ ବଧ ପରେ ମଧ୍ୟ ସୃପଣଖା ଶ୍ରୀରାମଙ୍କୁ ଭେଟିବାକୁ ଚାହୁଁଥିଲେ ହେଲେ କୌଣସି କାରଣରୁ ଭେଟି ପାରିଲେ ନାହିଁ। ଆଶ୍ରମରେ ମୁନୀମାନେ କହିଲେ ଯେ ଶ୍ରୀରାମ କୌଣସି ସାଧାରଣ ମାନବ ନୁହଁନ୍ତି ବରଂ ସ୍ବୟଂ ଭଗବାନ ଅଟନ୍ତି। ଭାଇ ରାବଣ ସୃପଣଖାଙ୍କ ସ୍ବାମୀଙ୍କୁ ଅଜାଣତରେ ବଧ କରିଦେଇଥିଲେ। ଯହାକୁ ନେଇ ରାମାୟଣରେ ଅନେକ କଥା ବଣ୍ଣିତ ଅଛି । ନିଜ ସ୍ୱାମୀଙ୍କ ମୃତ୍ୟୁ ଓ ରାବଣ ବଧ ପରେ ସୃପଣଖା ଏକୁଟିଆ ରହୁଥିଲେ ।
ଅଯୋଧ୍ୟା ଫେରି ରାମ ରାଜା ହେବା ପରେ ଘଟଣା କ୍ରମରେ ସୀତାଙ୍କୁ ବନବାସ ଯିବାକୁ ହେଲା । ଏହି ସମୟରେ ଦିନେ ସୃପଣଖା ଶୁଣିବାକୁ ପାଇଲେ ଯେ ସୀତା ବଣରେ ବାଲ୍ମିକୀ ମୁନିଙ୍କ ଆଶ୍ରମରେ ରହୁଛନ୍ତି। ସୀତାଙ୍କୁ ଭେଟିବାକୁ ସୃପଣଖା ପହଁଚିଲେ ଏବଂ ଏକୁଟିଆରେ ସୀତାଙ୍କୁ ଭେଟିଲେ।

ନିଶ୍ଚୟ ପଢ଼ନ୍ତୁ : ସୃପଣଖା ମଧ୍ୟ ଚାହୁଁଥିଲେ ନିଜ ଭାଇ ରାବଣର ସର୍ବନାଶ, ଜାଣନ୍ତୁ ରାମାୟଣକୁ ନେଇ ଏହି ଅଜଣା କଥା. . .

ମାତା ସୀତା ସୃପଣଖାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତାଙ୍କ ଖବର ପଚାରିଲେ। କିନ୍ତୁ ସୃପଣଖା ତାଙ୍କର ପରିହାସ କରି କହିଲେ, ଶ୍ରୀରାମ ମୋତେ କୁରୂପ କରିଦେଲେ, ଆଜି ତାଙ୍କ ଠାରୁ ଅଲଗା ହୋଇ ତୁମେ ରହୁଛ । ମୋତେ ଭାରି ଖୁସି ଲାଗୁଛି । ଏବେ ତୁମକୁ କେମିତି ଲାଗୁଛି ଏହି ବିୟୋଗ ? ମାତା ସୀତା କିନ୍ତୁ ସୃପଣଖାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ନାହିଁ କିମ୍ବା କୌଣସି ଉତ୍ତର ଦେଲେ ନାହିଁ । ବରଂ ସୃପଣଖାଙ୍କ ଅତିଥି ଚର୍ଚ୍ଚା କଲେ। ପରେ ସୃପଣଖା ନିଜର ଭୁଲ ବୁଝି ପାରିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.