Below header

ସିବିଆଇ ଏବଂ ସିଆଇଡି ମଧ୍ୟରେ କଣ ପାର୍ଥକ୍ୟ, କାହାର କ୍ଷମତା ଅଧିକ ଜାଣନ୍ତୁ

ଆପଣ ପ୍ରାୟତଃ ଶୁଣିଥିବେ ସିବିଆଇ ଆଉ ସିଆଇଡି ଯାଞ୍ଚ୍‌ ବିଷୟରେ। ବଡ ବଡ ଅପରାଧିକ ମାମଲାର ପର୍ଦ୍ଦାଫାସ୍‌ କରିବା ପାଇଁ ସିବିଆଇ ଆଉ ସିଆଇଡି ନାମ ଶୁଣିବାକୁ ମିଳେ। ତେବେ ଆପଣ କେବେ ଚିନ୍ତା କରିଛନ୍ତି ସିବିଆଇ ଏବଂ ସିଆଇଡି ଭିତରେ କଣ ପାର୍ଥକ୍ୟ ରହିଛି। ଏହି ଦୁଇ ବିଭାଗର କାମ କେମିତି ଭିନ୍ନ ଭିନ୍ନ। ଦର୍ଶକବନ୍ଧୁ ଆପଣ ପ୍ରାୟତଃ ଶୁଣିଥିବେ ଯେତେବେଳେ କୌଣସି ବଡ ଘଟଣା ଘଟିଥାଏ ସେତେବେଳେ ସିବିଆଇ ଯାଞ୍ଚ୍‌ କିମ୍ବା ସିଆଇଡି ତଦନ୍ତ ଦାବି କରନ୍ତି ଲୋକେ। କିନ୍ତୁ ଏହି ଦୁଇଟା ମଧ୍ୟରେ ପାର୍ଥକ୍ୟ କଣ? ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସିବିଆଇ ଏବଂ ସିଆଇଡି ଉଭୟ ଯାଞ୍ଚ୍‌ ଏଜେନ୍ସୀ ଅପରାଧିକ ମାମଲାରେ ଜଡିତ। ତାହେଲେ ଆସନ୍ତୁ  ଜାଣିବା ସିବିଆଇ ଏବଂ ସିଆଇଡି ମଧ୍ୟରେ କଣ ରହିଛି ଅନ୍ତର।

ସିବିଆଇ ଆଉ ସିଆଇଡି ମଧ୍ୟରେ ପାର୍ଥକ୍ୟ

ସିବିଆଇର ଫୁଲ୍‌ ଫର୍ମ ହେଉଛି ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ। ଏହାକୁ କେନ୍ଦ୍ରୀୟ ତଦନ୍ତ ମଧ୍ୟ କୁହାଯାଏ।

ସିଆଇଡିର ଫୁଲ ଫର୍ମ ହେଉଛି କ୍ରାଇମ୍‌ ଇନଭେଷ୍ଟେିଗେସନ ଡିପାର୍ଟମେଣ୍ଟ।

ସିଆଇଡି ଯାଞ୍ଚ୍‌ ଏଜେନ୍ସୀର କାର୍ଯ୍ୟ କରିବାର କ୍ଷମତା ରାଜ୍ୟ ଭିତରେ ଥାଏ। କିନ୍ତୁ ସିବିଆଇର ଯାଞ୍ଚ୍‌ କରିବାର କ୍ଷମତା ପୂରା ଦେଶରେ ରହିଛି। ଏହାବ୍ୟତୀତ ସିବିଆଇ ବିଦେଶରେ ଭାରତ ସହ ଜଡିତ ଅପରାଧିକ ମାମଲା ଯେମିତି ହତ୍ୟା, ଘୋଟାଲା, ଭ୍ରଷ୍ଟାଚାର ସମ୍ବନ୍ଧୀତ ଯାଞ୍ଚ। ଆବଶ୍ୟକ ପଡିଲେ ବିଦେଶରେ ମଧ୍ୟ ଏହାର ଯାଞ୍ଚ୍‌ କରାଯାଇଥାଏ। ସେହିପରି ସିଆଇଡି ଯାଞ୍ଚ ଏଜେନ୍ସୀ ଚୋରୀ, ଦଙ୍ଗା, ହତ୍ୟା ଏବଂ ଅପହରଣ ଭଳି ମାମଲାରେ କରାଯାଏ।

ସିଆଇଡି ପାଖରେ ଯେଉଁ ବି କ୍ରାଇମ୍‌ ସମ୍ବନ୍ଧୀତ ମାମଲା ଆସିଥାଏ, ସେସବୁର ଦାୟିତ୍ୱ ରାଜ୍ୟ ସରକାର ଏବଂ ହାଇକୋର୍ଟଙ୍କ ଦ୍ୱାରା କାର୍ଯ୍ୟଭାର ଦିଆଯାଏ। ସେହିପରି ସିବିଆଇ ପାଖରେ ଯେଉଁ ବି ଅପରାଧିକ ମାମଲା ଆସିଥାଏ, ତାହାର ତଦନ୍ତର ଦାୟିତ୍ୱ କେନ୍ଦ୍ର ସରକାର, ହାଇକୋର୍ଟ ଏବଂ ସୁପ୍ରୀମ କୋର୍ଟଙ୍କ ଦ୍ୱାରା ଦିଆଯାଏ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯାଞ୍ଚ୍‌ ଏଜେନ୍ସୀରେ ଭର୍ତ୍ତି ହେବା ପାଇଁ ପ୍ରଥମେ ପୋଲିସରେ ଭର୍ତ୍ତି ହେବାକୁ ପଡିଥାଏ। ଏହାପରେ ସିଆଇଡି ଅଫିସର ହୋଇପାରିବେ। ସେହିପରି ଯାଞ୍ଚ ଏଜେନ୍ସୀ ସିବିଆଇରେ ସାମିଲ ହେବା ପାଇଁ ଏସଏସସିଙ୍କ ଦ୍ୱାରା ଆୟୋଜିତ ପରୀକ୍ଷାରେ ପାସ୍‌ ହେବାକୁ ପଡିଥାଏ।

ଦେଶରେ ସିଆଇଡିର ସ୍ଥାପନା ୧୯୦୨ରେ ହୋଇଥିଲା। ସେହିପରି ସିବିଆଇର ସ୍ଥାପନା ୧୯୪୧ରେ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.